ଖାଲଖମାରେ ଭର୍ତ୍ତି କୋରଡ଼କଣ୍ଟା ରାସ୍ତା

ଭୁବନେଶ୍ବର-ପୁରୀ ବାଇପାସ୍‌ ରାସ୍ତାରୁ ବାସୁଆଘାଇ ପଞ୍ଚାୟତ ଅନ୍ତର୍ଗତ କୋରଡ଼କଣ୍ଟା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତ‌ା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି। ଏହି ୪ କିଲୋମିଟର ରାସ୍ତା ନିର୍ମାଣ ହେଉନଥିବାରୁ ଅଞ୍ଚଳବାସୀ ଯାତାୟାତରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

ssfsfxcc

ଭୁବନେଶ୍ବର: ଭୁବନେଶ୍ବର-ପୁରୀ ବାଇପାସ୍‌ ରାସ୍ତାରୁ ବାସୁଆଘାଇ ପଞ୍ଚାୟତ ଅନ୍ତର୍ଗତ କୋରଡ଼କଣ୍ଟା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତ‌ା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି। ଏହି ୪ କିଲୋମିଟର ରାସ୍ତା ନିର୍ମାଣ ହେଉନଥିବାରୁ ଅଞ୍ଚଳବାସୀ ଯାତାୟାତରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ରାସ୍ତାରେ ବିରାଟ ବିରାଟ ଖାଲ ହୋଇ ମରଣଜନ୍ତା ପାଲଟିଛି। ସୂଚନା ମୁତାବକ ଏହି ରାସ୍ତାର ଉଭୟ ପାର୍ଶ୍ବରେ ୨ଶହରୁ ଅଧିକ ଘର ଥିବା ବେଳେ ୨ହଜାରରୁ ଅଧିକ ଲୋକ ବାସ କରୁଛନ୍ତି। ଏହି ରାସ୍ତାରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି। ତେବେ ରାସ୍ତାର ଏତାଦୃଶ ଅବସ୍ଥାରେ ଲୋକେ ନାନା ହଇରାଣ ହେଉଛନ୍ତି। ବର୍ଷା ପାଣି ଜମି ଖାଲଖମା ନ ଦିଶିବା ଫଳରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି।

ଦୁଇଚକିଆ ଓ ଚାରିଚକିଆ ଯାନବାହନ କ୍ଷତିଗ୍ରସ୍ତ ହେଉଛି। ରାସ୍ତା ନିର୍ମାଣ ନେଇ ଅଞ୍ଚଳବାସୀ ବାରମ୍ବାର ଦାବି କରିବା ସତ୍ତ୍ବେ ପ୍ରଶାସନର ଦୃ‌ଷ୍ଟି ପଡ଼ୁନି। ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ବିଭିନ୍ନ ସମୟରେ ଖାଲରେ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ପଚପଚ କାଦୁଅ ଭର୍ତ୍ତି ଖାଲଖମା ଲୋକଙ୍କୁ ଅଣନିଶ୍ବାସୀ କରିଦେଉଛି। ସବୁଠାରୁ ଅଧିକ ଅସୁବିଧା ହେଉଛି ରାତି ସମୟରେ। ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍‌ ଲାଇଟ୍‌ ନଥିବାରୁ ଖାଲ ଠଉରାଇନପାରି ବାଇକ୍‌ ଚାଳକମାନେ ଖସିପଡ଼ି ଆହତ ହେଉଛନ୍ତି। ବର୍ଷା ଦିନେ ଅଞ୍ଚଳବାସୀଙ୍କ ଉଦ୍ୟମରେ ଏହି ରାସ୍ତା‌ରେ ମାଟି ପକାଯାଉଛି। ମାତ୍ର ବଡ଼ ବର୍ଷାରେ ମାଟି ଧୋଇଯାଇ ଅବସ୍ଥା ପୂର୍ବବତ୍‌ ହୋଇଯାଉଛି। ତୁରନ୍ତ ଏହି ରାସ୍ତାକୁ ପକ୍କା କରିବା ଲାଗି ଆଦର୍ଶ କଲୋନି ବାସିନ୍ଦା ଓ କୋରଡ଼କଣ୍ଟା ଗ୍ରାମବାଦୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe