ପୁରୁଣା ଭୁବନେଶ୍ୱର : ଶ୍ରୀଧବଳେଶ୍ୱରଙ୍କୁ ଲାଗି ପାଇଁ ଆଜି ମହିଳାମାନେ ତରଣ ପ୍ରସ୍ତୁତି କରିଛନ୍ତି। ବଡ଼ଓଷା କରିଥିବା ମହିଳାମାନେ ଏହାକୁ ଆସନ୍ତାକାଲି ଠାକୁରଙ୍କ ନିକଟରେ ଲାଗି କରିବେ। ଚତୁର୍ଦଶୀ ବଡ଼ଓଷା ତିଥିରେ ତିଆରି ହୋଇଥିବା ଏହି ତରଣକୁ ପରଦିନ ଭୋରୁ ଠାକୁରଙ୍କୁ ଲାଗି କରାଯିବା ପରମ୍ପରା ରହିଛି। ଏଣୁ ଶତାଧିକ ମହିଳା କପିଳେଶ୍ୱର ଗ୍ରାମର ବିଭିନ୍ନ ଖୋଲା ସ୍ଥାନ ଓ କୋଠା ଉପରେ ଏହାକୁ ତିଆରି କରିଛନ୍ତି। ଏହାକୁ ଶୁକ୍ରବାର ଲାଗି କରିବା ପରେ ଶ୍ରଦ୍ଧାଳୁମାନେ ତରଣ ଭୋଗ ପାଇବେ। ଆଜି ଦିନ ତମାମ ଉପବାସରେ ରହି ମହିଳାମାନେ ଚାଉଳ ଚୂନା, ଗୁଡ଼, ନଡ଼ିଆ, ଆଖୁ ରସ, ତେଜପତ୍ର ପକାଇ ମାଟି ହାଣ୍ଡିରେ ତରଣ ତିଆରି କରିଥିଲେ। ଆସନ୍ତା କାଲି ପୁରୁଷମାନେ ଶ୍ରୀଧବଳେଶ୍ୱରଙ୍କ ଉଦ୍ଦେଶ୍ୟରେ ଏଠାରେ ପୂଜା କରାଇବେ। ଏହା ପରେ ସଭିଁଏ ଏହି ଭୋଗ ପାଇବେ।
ବଡ଼ଓଷାରେ ଠାକୁରଙ୍କୁ ଲାଗି ‘ତରଣ’ ପ୍ରସ୍ତୁତ କଲେ ମହିଳା
Advertisment
Follow Us