ବଡ଼ଦିନ‌‌‌ରେ ବଡ଼ ଭିଡ଼: ନନ୍ଦନକାନନ ବୁଲିଲେ ୪୬ ହଜାର ପର୍ଯ୍ୟଟକ

Advertisment

୨୦୧୬ ପରେ ସର୍ବାଧିକ

୨୦୧୬ ପରେ ସର୍ବାଧିକ

ବଡ଼ଦିନ‌‌‌ରେ ବଡ଼ ଭିଡ଼: ନନ୍ଦନକାନନ ବୁଲିଲେ ୪୬ ହଜାର ପର୍ଯ୍ୟଟକ

ବାରଙ୍ଗ/ତ୍ରିଶୁଳିଆ: ବଡ଼ଦିନ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସକାଳୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଟିକେଟ ଘରଠାରୁ ଆରମ୍ଭ କରି ପରିସର ହୋଇ ଉଠିଥିଲା ଲୋକାରଣ୍ୟ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକମାନେ ୨୨୦ ଖୁଆଡ଼ ମଧ୍ୟରେ ଥିବା ୧୬୧ ପ୍ରଜାତିର ୪୦୫୪ ଜୀବଜନ୍ତୁଙ୍କୁ ବୁଲି ଦେଖିଥିଲେ। ଏହାଛଡ଼ା ବାଘ ସଫାରି, ସିଂହ, ଭାଲୁ ଓ ତୃଣଭୋଜି ସଫାରି ମଧ୍ୟ ବୁଲି ଦେଖିବା ସହ ବ୍ୟାଟେରି ଚାଳିତ ରେଳ ଯାତ୍ରାର ମଜା ନେଇଥିଲେ। ଚଳିତ ବର୍ଷ ବଡ଼ଦିନରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏଥର ବଡ଼ଦିନରେ ମୋଟ ୪୬,୧୪୮ ଖଣ୍ଡ ଟିକେଟ ବିକ୍ରି ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଯାହା ୨୦୧୬ ମସିହା ଆଜିର ଦିନରେ ଟିକେଟ ବିକ୍ରି ୪୦,୦୭୮କୁ ଅତିକ୍ରମ କରି ନୂଆ ରେକର୍ଡ ସୃଷ୍ଟି କରିଛି। ସେହିଭଳ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ବଣଭୋଜି କରିବା ଲାଗି ୫୩୫୮ ଜଣ ପର୍ଯ୍ୟଟକ ଆସିଥିବା ଟିକେଟ ବିକ୍ରିରୁ ଜଣାପଡ଼ିଛି। ବ୍ୟାଟେରି ଚାଳିତ ଶିଶୁ ରେଳରେ ସର୍ବାଧିକ ୮୧୧ଜଣ ପର୍ଯ୍ୟଟକ ପରିଭ୍ରମଣ କରିଥିବା ସୂଚନା ଦିଆଯାଇଛି। ଗତ ବର୍ଷ କୋଭିଡ କଟକଣା ପାଇଁ ୭୭୬୭ ଟିକେଟ ବିକ୍ରି ହୋଇଥିଲା। ସେହିପରି ଅନେକ ବୋଟିଂ ଚାଲୁ ନଥିବାରୁ ଅନେକ ପର୍ଯ୍ୟଟକ ନିରାଶ ହୋଇ ଫେରିଛନ୍ତି।

ନୂଆ ରେକର୍ଡ କଲା ଡେରାସ ଡ୍ୟାମ୍‌

publive-image

ମେଣ୍ଢାଶାଳ: ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଡେରାସ ଡ୍ୟାମ ଓ ଗୋଡ଼ିବାରିରେ ବଡ଼ଦିନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଗତବର୍ଷ କୋଭିଡ ପାଇଁ ଏହା ବନ୍ଦ ଥିବା ବେଳେ ଡିସେମ୍ବର ୧୦ ତାରିଖ ଠାରୁ ଖୋଲା ହୋଇଥିଲା। ବଡ଼ଦିନରେ ଡେରାସକୁ ୩ହଜାର ପର୍ଯ୍ୟଟକ ଓ ଗୋଡ଼ିବାରିକୁ ୬୦୦ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ଡେରାସରେ ବନବିଭାଗ ପକ୍ଷରୁ ୧୦୫୦୨୦ ଟଙ୍କା ରାଜସ୍ବ ଆଦାୟ ହୋଇଛି। ସେହିପରି ଗୋଡ଼ିବାରିରୁ ୩୨ହଜାର ଟଙ୍କା ଆଦାୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe