୯୬ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇନପାରିଲେ....

Advertisment
୯୬ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇନପାରିଲେ....

The New Indian Express

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୧୨୦ ଜଣଙ୍କ ଶବ ଏମ୍‌ସ ଭୁବନେଶ୍ବରରେ ସଂରକ୍ଷିତ ରଖାଯାଇଛି। ପ୍ରଥମ ଦିନରେ ମାତ୍ର ୧୫ ଜଣଙ୍କ ଶବ ଚିହ୍ନଟ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତଦେହର ଅବସ୍ଥା ଏଭଳି ରହିଛି ଯେ ୭୨ରୁ ୯୬ ଘଣ୍ଟା ମଧ୍ୟରେ ଏହା ଚିହ୍ନଟ ହୋଇ ସମ୍ପର୍କୀୟଙ୍କୁ ହସ୍ତାନ୍ତର ହୋଇନପାରିଲେ ଅବସ୍ଥା କ’ଣ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରଙ୍କ ଗାଇଡ୍‌ଲାଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଡାକ୍ତରଖାନାରେ ୩୨ଜଣଙ୍କ ଶବ ସଂରକ୍ଷିତ କରିବା ଭଳି ଶୀତଳ ଗୃହ ରହିଛି। ମାତ୍ର ବର୍ତ୍ତମାନ ୧୨୦ ଜଣଙ୍କ ମରଶରୀର କ୍ଷତବିକ୍ଷତ ଓ ଅତି ବୀଭତ୍ସ ସ୍ଥିତିରେ ପହଞ୍ଚିଛି। ଯାହାକୁ ଶବ ସଂରକ୍ଷଣ ଗୃହ ଏବଂ ଆନାଟୋମି ବିଭାଗରେ ରଖାଯାଇଛି।

ଏହାକୁ ସଂରକ୍ଷିତ କରି ରଖିବା ଏମ୍‌ସ ପାଇଁ ଚ୍ୟାଲେଞ୍ଜିଂ ହୋଇଛି। ଅଧୀକ୍ଷକ ପ୍ରଫେସର ଦିଲ୍ଲୀପ ପରିଡ଼ାଙ୍କ ଅନୁସାରେ, ବିନା ଶୀତଳ ଗୃହରେ ଏମାଲବିଂ ପ୍ରକ୍ରିୟାରେ ମରଶରୀରକୁ ସଂରକ୍ଷିତ ରଖାଯାଏ। ମାତ୍ର ଏହି ଶବଗୁଡ଼ିକ ପଚିବା ଆରମ୍ଭ ହୋଇଥିବାରୁ ସମ୍ପୂର୍ଣ୍ଣ ଏମାଲବିଂ କରିବା ସମ୍ଭବ ହେଉ ନାହିଁ। କେବଳ ପେଟ, ଛାତିରେ ଫର୍ମାଲିନ ସମେତ ବିଭିନ୍ନ ପ୍ରକାର ରାସାୟନ ଦିଆଯାଉଛି। ଫର୍ମାଲିନ ଦିଆଯାଇ ଉପଯୁକ୍ତ ଭାବରେ ପ୍ୟାକେଜିଂ କରାଯାଇ ମରଶରୀର ହସ୍ତାନ୍ତରଣ ପାଇଁ ବ୍ୟବସ୍ଥା କରାଯାଉଛି। ବିନା ଶୀତଳ ଗୃହରେ କେବଳ ରସାୟନ ପ୍ରଲେପନରେ ଦୀର୍ଘ ଦିନ ଧରି ଏହି ମରଶରୀରକୁ ସଂରକ୍ଷିତ କରି ରଖାଯାଇ ପାରିବ ନାହିଁ। ଅନ୍ୟପକ୍ଷରେ ଏତେ ସଂଖ୍ୟକ ଶବ ବ୍ୟବଚ୍ଛେଦ ପାଇଁ ଏମ୍‌ସରେ ଡାକ୍ତର ଏବଂ ମେଡିକାଲ ଟିମ୍‌ର ଅଭାବ ରହିବାରୁ କେନ୍ଦ୍ରରୁ ଟିମ୍‌ ଆସି ପହଞ୍ଚିଛି। କେନ୍ଦ୍ରର ଏହି ଟିମ୍‌ର ତତ୍ତ୍ବାବଧାନରେ ମରଶରୀରକୁ ସଂରକ୍ଷିତ କରି ରଖାଯାଉଛି। ଏମ୍‌ସ ଭୁବନେଶ୍ବରରେ ଯେଉଁଠି ବିଶେଷଜ୍ଞଙ୍କ ସହିତ ବ୍ୟାପକ ରସାୟନ ରହିଛି ସେଠି ଯଦି ଏଭଳି ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି ତେବେ କ୍ୟାପିଟାଲ ହସ୍ପିଟାଲରେ ସଂରକ୍ଷିତ ଶବ ଦୀର୍ଘ ଦିନ ରହିଲେ କ’ଣ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe