ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ମୃତାହତ ଯାତ୍ରୀଙ୍କ ପାଇଁ ବୀର ସୁରେନ୍ଦ୍ର ସାଏ ନଗରବାସୀଙ୍କ ପକ୍ଷରୁ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପରେ ଦୀପଦାନ କରାଯାଇଛି। ଏହି ଅବସରରେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।
କାର୍ଯ୍ୟକ୍ରମକୁ ପରିଷଦର ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା ପରିଚାଳନା କରିଥିବା ବେଳେ ବରିଷ୍ଠ ନାଗରିକ କମିଟିର ସାଧାରଣ ସମ୍ପାଦକ ସୁରେଶ କର, ଦୁର୍ଗାପୂଜା ସମିତିର ଉପ-ସଭାପତି ନିମାଇଁ ଚରଣ ଦାସ, ସାଧାରଣ ସମ୍ପାଦକ ଶୀତଳ ଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ମହେଶ୍ୱର ବିଶ୍ୱାଳ, ନିତ୍ୟରଞ୍ଜନ ନନ୍ଦ, ଧରଣୀଧର ରାଉତ, ରାମଚନ୍ଦ୍ର ସାମଲ, ଗୌରୀଶଙ୍କର ପ୍ରହରାଜ, ତାରିଣୀ ପାଢ଼ୀ, ତ୍ରିଲୋଚନ ରଥ, ଶଶିଭୂଷଣ ଦାସ, ବିଜୟ କୁମାର ଦେ, ଉତ୍କଳ କୁମାର ପାଣିଗ୍ରାହୀ, ନଳିନୀ ମହାନ୍ତି, ସପନ କୁମାର ଦାସ, ଖଗେଶ୍ୱର ପରିଡ଼ା ପ୍ରମୁଖ ସମୂହ ଦୀପଦାନ କରି ପ୍ରାର୍ଥନା କରିଥିଲେ।
Follow Us