ବୈଜୟନ୍ତଙ୍କ ଚା’ ଖଟି

ବୈଜୟନ୍ତଙ୍କ ଚା’ ଖଟି

ପୁରୁଣା ଭୁବନେଶ୍ୱର : ‘ହେଇଯାଉ ଚା ଚର୍ଚା’ ଏମିତି ଏକ କାର୍ଯ୍ୟକ୍ରମ ଅବସରରେ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ପହଞ୍ଚିଥିଲେ ସ୍ଥାନୀୟ ମାଉସୀ ମା’ ଛକଠାରେ ଥିବା ଏକ ଚା’ ଦୋକାନରେ। ସେଠାରେ ସେ ଚା’ ପିଇବା ସହ ବିଭିନ୍ନ ଲୋକଙ୍କୁ ଭେଟିଥିଲେ। ସେ ତାଙ୍କ ରାଜନୈତିକ ଭବିଷ୍ୟତ ସଂପର୍କରେ ଉପସ୍ଥିତ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଆଗକୁ କ’ଣ କଲେ ଭଲ ହେବ ସେ ସଂପର୍କରେ ମଧ୍ୟ ଲୋକଙ୍କୁ ପଚାରିଥିଲେ। ଖବର ପାଇ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ୬୭ନଂ ୱାର୍ଡର ବିଜେଡି କର୍ପୋରେଟର୍‌ ମଣ୍ଟୁ ନନ୍ଦ ମଧ୍ୟ କିଛି ସମୟରେ ପରେ ତାଙ୍କ ସହିତ ଚା’ ପିଇବା ସହ ଚର୍ଚା କରିଥିଲେ। ସେଠାରେ ବହୁ ଯୁବକ ତାଙ୍କ ସହ ସେଲ୍‌ଫି ମଧ୍ୟ ଉଠାଇଥିଲେ। ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ ଯେ, ସାମାଜିକ ଗଣମାଧ୍ୟମରେ ଲୋକଙ୍କ ଅନୁରୋଧ ରକ୍ଷା କରି ସେ ତାଙ୍କର ଏହି କାର୍ଯ୍ୟକ୍ରମ ମାଉସୀ ମା’ ଛକଠାରେ କରିଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ସେ ବିଭିନ୍ନ ଲୋକଙ୍କ ସହ ମିଶି ଓଡ଼ିଶାର ରାଜନୀତି, ଅର୍ଥନୀତି, ଶିକ୍ଷା ସଂପର୍କରେ ଆଲୋଚନା କରିଥିଲେ। ତେବେ ଏଥିଯୋଗୁ ସେଠାରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe