ବାଜି ରାଉତଙ୍କ ବଳିଦାନ ଦେଶସେବାର ଅନନ୍ୟ ନିଦର୍ଶନ

ବାଜି ରାଉତଙ୍କ ବଳିଦାନ ଦେଶସେବାର ଅନନ୍ୟ ନିଦର୍ଶନ

ଭୁବନେଶ୍ବର: ସହିଦ ବାଜି ରାଉତଙ୍କ ସ୍ମୃତିରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ମୁକ୍ତ ଶିକ୍ଷା ବିଦ୍ୟାଳୟଠାରେ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ବହୁ ଲବ୍ଧପ୍ରତିଷ୍ଠ ଶିକ୍ଷାବିତ୍, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ୧୨ବର୍ଷର ବାଳୁତ ବାଜି ରାଉତଙ୍କର ମହାନ ବଳିଦାନ ପ୍ରକୃତ ଦେଶପ୍ରେମ, ପ୍ରଗାଢ଼ ଦେଶଭକ୍ତି ଏବଂ ପ୍ରଶସ୍ତ ଦେଶସେବାର ନିଦର୍ଶନ ଥିଲା ବୋଲି ଅତିଥିମାନେ କହିଥିଲେ। ଏହି ଅବସରରେ ସମାଜସେବୀ ଓ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡ. ଅରୁନ୍ଧତୀ ଦେବୀଙ୍କୁ ବୀର ବାଜି ରାଉତ ସମ୍ମାନ ପ୍ରଦାନ କରାଯାଇଥିଲା।

ସମାଜର ସବୁ କ୍ଷେତ୍ରରୁ ଅଶୋଭନୀୟତାର ଦୂରୀକରଣ ଏବଂ ଜନକଲ୍ୟାଣ ନେଇ ତାଙ୍କର ଜୀବନତମାମ ଅବଦାନ ସକାଶେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଦେବୀ ପ୍ରକାଶ, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ପ୍ରଫେସର ଡି.କେ ଗିରି, ଆଲୋଚନାଚକ୍ରର ଅଧ୍ୟକ୍ଷ ପ୍ରଫେସର୍‌ ଜନ୍ମେଜୟ ଖୁଣ୍ଟିଆ, ସହଆବାହକ ଡ. ଶିବନାଥ ମିଶ୍ର, ଆଇନଜୀବୀ ଅନିତା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe