ଭୁବନେଶ୍ୱର: ବାଜିରାଓ ଆଇଏଏସ୍ ଏକାଡେମି ପକ୍ଷରୁ ଏକ ସମ୍ମିଳନୀ ଆଜି ଜୟଦେବ ବିହାରସ୍ଥିତ ପାଲ୍ହାଇଟ୍ସଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୧୭ ଆଇଏଏସ୍ରେ ପରୀକ୍ଷାରେ ସର୍ବଭାରତୀୟସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଅନୁ କୁମାରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ତାଙ୍କର ସଫଳତାର ରହସ୍ୟ, ପ୍ରେରଣା, ସିଭିଲ୍ ସର୍ଭିସ୍ରେ ସଫଳତା ପାଇବାର ଉପାୟମାନ କହିଥିଲେ। ଦୈନିକ ଖବରକାଗଜ ପଢ଼ିବା ଓ ବିଭିନ୍ନ ସାମାଜିକ ଗଣମାଧ୍ୟମ ସହିତ ଜିଡ଼ିତ ରହିଲେ ସାଧାରଣଜ୍ଞାନ ବଢ଼ିଥାଏ। ଯାହାକିଛି ପଢ଼ୁଛେ ତାକୁ ବାରମ୍ବାର ରିଭିଜନ୍ କରିବା ଦ୍ୱାରା ସଫଳତା ମିଳିବାରେ ସହଜ ହୋଇଥାଏ ବୋଲି କହିଥିଲେ। ଏକାଡେମିର ନିର୍ଦ୍ଦେଶକ ଦିଲ୍ଲୀପ୍ କୁମାର, ପରିଚାଳକ ଜ୍ୟୋତି କୁମାରୀ, କାର୍ଯ୍ୟକ୍ରମ ପରିଚାଳକ ବ୍ରିଜେସ୍ ଭାରତୀ ଓ ସିଇଓ ଶୁଭ୍ରାଂଶୁ ଶେଖର ଓଝା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଇଏଏସ୍ ପରୀକ୍ଷାର ସଫଳତା ମନ୍ତ୍ର ଉପରେ ଆଲୋଚନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us