ବାଲିଅନ୍ତା ତହସିଲ ଅମିନ ପଜିଟିଭ୍‌, ସପ୍ତାହେ ସିଲ୍‌

ବାଲିଅନ୍ତା ତହସିଲ ଅମିନ ପଜିଟିଭ୍‌, ସପ୍ତାହେ ସିଲ୍‌

ବାଲିଅନ୍ତା : ବାଲିଅନ୍ତା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଅମିନ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ପରେ ସେ ଗୃହ ସଂଗରୋଗରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୩ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ଖରାପ ହୋଇପଡ଼ିଛି। ତେଣୁ ସେମାନଙ୍କୁ କୋଭିଡ୍‌ ପରୀକ୍ଷା ପାଇଁ ହସ୍ପିଟାଲ ପଠାଯାଇଥିବା ଜଣାପଡ଼ିଛି। ହେଲେ ସନ୍ଦିଗ୍ଧ କର୍ମଚାରୀମାନଙ୍କ ସ୍ବାବ୍‌ ପରୀକ୍ଷା ରିପୋର୍ଟ ଏଯାଏ ଆସି ନଥିବାରୁ ସେମାନେ କରୋନା ପଜିଟିଭ୍‌ କି ନୁହେଁ, ତାହା ସ୍ପଷ୍ଟ ହୋଇପାରିନାହିଁ।

ଅନ୍ୟପକ୍ଷରେ ତହସିଲ କାର୍ଯ୍ୟାଳୟରେ କରୋନା ପଶିବା ପରେ କାର୍ଯ୍ୟାଳୟ ଏକ ସପ୍ତାହ ପାଇଁ ସିଲ୍‌ କରାଯାଇଛି। ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ଅଧିକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀଙ୍କୁ ଡକାଇ କାର୍ଯ୍ୟାଳୟ ପରିସର ସାନିଟାଇଜ୍‌ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ତହସିଲରେ ସଂକ୍ରମଣ ଦୃଷ୍ଟିରୁ ଅଫଲାଇନ୍‌ କାଗଜପତ୍ର ବନ୍ଦ କରାଯାଇଥିଲେ ହେଁ ଅନଲାଇନ୍‌ ମାଧ୍ୟମରେ ଲୋକମାନଙ୍କ ଅଭିଯୋଗ ଶୁଣାଣି ଚାଲିବ ବୋଲି କହିଛନ୍ତି। ସେହିପରି ମୋ ସରକାର କକ୍ଷ ମୋବାଇଲ ନମ୍ବରରେ ଲୋକମାନେ କଲ୍‌ କିମ୍ବା ମେସେଜ୍‌ କରି କର୍ମଚାରୀଙ୍କୁ ଅଭିଯୋଗ ଜଣାଇବେ ଓ ଅନଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ ମାମଲାର ଫଇସଲା ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe