ପୂର୍ଣ୍ଣିମାରୁ କୁଆଖାଇ ନଦୀପଠାରେ ବାଲିଯାତ୍ରା

ପୂର୍ଣ୍ଣିମାରୁ କୁଆଖାଇ ନଦୀପଠାରେ ବାଲିଯାତ୍ରା

Photo by : telegraphindia.com

ଚନ୍ଦ୍ରଶେଖରପୁର : ରାଜଧାନୀ ଉପକଣ୍ଠ ବରିମୁଣ୍ଡ ଗ୍ରାମ କୁଆଖାଇ ନଦୀ ବାଲି ପଠାରେ ଅନଷ୍ଠିତ ହେବ ବାଲିଯାତ୍ରା। ଏଥିପାଇଁ ଅଣ୍ଟା ଭିଡ଼ିଥିବା ବରିମୁଣ୍ଡ ଗ୍ରାମ କମିଟିର ଶତାଧିକ ଯୁବକ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗତକାଲି ଏହାକୁ ପରିଦର୍ଶନ କରିବା ସହ ଖୋର୍ଧା ଜିଲ୍ଲାପାଳ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି।

ଶନିବାର ସକାଳେ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଏକ ସ୍ୱତନ୍ତ୍ର ଟିମ୍‌ ସହ ବରିମୁଣ୍ଡ କୁଆଖାଇ ନଦୀ ପଠାକୁ ଯାଇ ବାଲିଯାତ୍ରା ପାଇଁ ନିର୍ଧାରିତ ସ୍ଥାନ ଦେଖିଥିଲେ। ରାଜଧାନୀର ସମସ୍ତ ବିଧାୟକ ଓ ମେୟର ମଧ୍ୟ ଏନେଇ ପୂର୍ବରୁ ସମ୍ମତି ପ୍ରଦାନ କରିଥିଲେ। କମିସନରେଟ୍‌ ପୁଲିସ୍‌ ଓ ଦମକଳ ବିଭାଗ ମଧ୍ୟ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ରାଜି ହୋଇଥିଲେ। ତେଣୁ ଜିଲ୍ଲାପାଳ ତଥା ପ୍ରଶାସନିକ ଅନୁମତି ମିଳିବା ପରେ ବରିମୁଣ୍ଡ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

କମିଟିର ପ୍ରବକ୍ତା ଆଶୁତୋଷ ସାମନ୍ତରାୟଙ୍କ ସୂଚନା ଅନୁଯାୟୀ କୁଆଖାଇ ପଠାରେ ୫୦୦ଟି ଷ୍ଟଲ୍‌ ଖୋଲିବ। ଯେଉଁଥିରେ ବିଭିନ୍ନ ଖାଦ୍ୟ ଷ୍ଟଲ୍‌ଠାରୁ ଆରମ୍ଭ କରି ମନୋହରି ଦୋକାନ ଏବଂ ମୀନାବଜାର ରହିବ। ଫଳରେ ଆଖପାଖର ୫୦ରୁ ଅଧିକ ଗ୍ରାମବାସୀ ଓ ରାଜଧନୀବାସୀ ଏଠାକୁ ଆସି ମଜା ଉଠାଇପାରିବେ। କଟକରେ ଆରମ୍ଭ ହେଉଥିବା ବାଲିଯାତ୍ରା ଦିନ ବରିମୁଣ୍ଡରେ ମଧ୍ୟ ବାଲିଯାତ୍ରା ଆରମ୍ଭ ହେବ। ଏହାଛଡ଼ା କାର୍ତିକ ପୂର୍ଣ୍ଣିମା ଦିନ ବରିମୁଣ୍ଡ ଲକ୍ଷେଶ୍ୱର ମନ୍ଦିର ନଦୀପଠା ନିକଟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏହି ସ୍ଥାନକୁ ଯୋଗଯୋଗ କରିବା ପାଇଁ ହଂସପାଳ ହାଇଟେକ୍‌ ଛକରୁ ପଠା ପର୍ଯ୍ୟନ୍ତ ରାସ୍ତାକୁ ଟ୍ରାଫିକ୍‌ ମୁକ୍ତ କରାଯିବ। ଏହା ସହିତ ପଡ଼ିଆ ନିକଟରେ ଗାଡ଼ିି ପାର୍କିଂ କରିବା ନେଇ ମଧ୍ୟ ବ୍ୟବସ୍ତା କରାଯିବ। ସେହିଭଳି ପଟିଆରୁ ବରିମୁଣ୍ଡକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ଟ୍ରାଫିକ୍‌ ମୁକ୍ତ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe