ବାଲିପାଟଣାରେ ଜୀବିକା ମିସନ୍‌ ପକ୍ଷରୁ ମେଗା ସମନ୍ଵୟ ମେଳା

୨୨୧ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ବଣ୍ଟାଗଲା ୪କୋଟି ୧୨ଲକ୍ଷ

ବାଲିପାଟଣାରେ ଜୀବିକା ମିସନ୍‌ ପକ୍ଷରୁ ମେଗା ସମନ୍ଵୟ ମେଳା

ବାଲିପାଟଣା: ଜିବୀକା ମିଶନ୍‌ ପକ୍ଷରୁ ବାଲିପାଟଣା ବ୍ଲକ ବିଶ୍ୱନାଥପୁର କଲ୍ୟାଣ ମଣ୍ଡପଠାରେ ଆଜି ଏକ ମେଗା ସମନ୍ଵୟ ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ ବାଲିପାଟଣା ଓ ବାଲିଅନ୍ତା ବ୍ଲକ୍‌ର ମୋଟ ୨୨୧ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୪କୋଟି ୧୨ଲକ୍ଷ ଟଙ୍କାର ଋଣ ଚେକ୍‌ ପ୍ରଦାନ କରିଛନ୍ତି। ବାଲିପାଟଣା ବ୍ଲକର ୧୨୩ଟି ଗୋଷ୍ଠୀକୁ ୧କୋଟି ୮୧ଲକ୍ଷ ୧୦ହଜାର ଟଙ୍କା ଓ ବାଲିଅନ୍ତା ବ୍ଲକର ୯୮ଟି ଗୋଷ୍ଠୀକୁ ୨କୋଟି ୩୦ଲକ୍ଷ ୮୯ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଛି। ଏଥିସହ ବାଲିପାଟଣା ବ୍ଲକର ୬୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୦ଲକ୍ଷ ୩୦ହଜାର ଟଙ୍କାର ୧୫ହଜାର ଟଙ୍କିଆ ଆବର୍ତ୍ତନ ପାଣ୍ଠି(ଅନାଦେୟ)ବି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଜିଲ୍ଲା ଜୀବିକା ମିଶନ ପରିଚାଳକ ନୀଳକଣ୍ଠ ରଥଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସହଯୋଗର ହାତ ବଢ଼ାଇବା ପରଠାରୁ ମହିଳାଙ୍କ ମଧ୍ୟରେ ବିଶ୍ୱାସ ତିଆରି ହୋଇଛି। ସେମାନଙ୍କ ଆର୍ଥିକ ନିରାପତ୍ତା ସୃଷ୍ଟି ହୋଇଛି ଓ ସେମାନେ ସ୍ୱାବଲମ୍ବୀ ହୋଇ ପରିବାରରେ ମର୍ଯ୍ୟାଦାର ସହ ଦିନ କାଟୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଏପିଡି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁମିତ୍ରା ରାଉତରାୟ, ଭୁବନେଶ୍ୱର ଏଡିଏମ୍‌ ସଂଜୟ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଶଶିଭୂଷଣ ପାତ୍ର, ଦୁଇ ବ୍ଲକ୍‌ ବିଡିଓ, ବ୍ଲକ୍‌ ଉପାଧ୍ୟକ୍ଷଙ୍କ ସମେତ ବହୁ ନେତା, ବ୍ୟାଙ୍କ ଅଧିକାରୀ, ସରକାରୀ କର୍ମଚାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦୁଇ ବ୍ଲକ୍‌ର ଶହ ଶହ ମହିଳା ଆଜିର ମେଳାରେ ଯୋଗ ଦେଇଥିଲେ। ସରକାରୀ କାର୍ଯ୍ୟକ୍ରମରେ ଲାଗିଥିବା ଇଂରାଜୀ ବ୍ୟାନରକୁ ନେଇ ଆଲୋଚନା ହେବା ସହ ଓଡ଼ିଆ ଭାଷାକୁ ସରକାରୀ ବାବୁମାନେ କେତେ ଗୁରୁତ୍ୱ ଦେଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe