ବାଲିପାଟଣାରେ ଚାଞ୍ଚଲ୍ୟ: ଯୁବକଙ୍କୁ ଅପହରଣ କରି ମୁଣ୍ଡ ଜାମିନ୍‌

Advertisment
ବାଲିପାଟଣାରେ ଚାଞ୍ଚଲ୍ୟ: ଯୁବକଙ୍କୁ ଅପହରଣ କରି ମୁଣ୍ଡ ଜାମିନ୍‌

UdaipurTimes.com

ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ସରିପୁର ଗ୍ରାମର ମନୋଜ କୁମାର ରାଉତରାୟ (୫୨) ଓରଫ ଶିବୁନିଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ଗତ ସପ୍ତାହେ ହେଲା ବନ୍ଧକ ରଖିଛନ୍ତି। ଗତ ୧୪ ତାରିଖ ସଂଧ୍ୟା‌ରେ ଏହି ଆପରାଧିକ ଘଟଣା ଘଟିଥିଲେ ହେଁ ଆଜି ପଦାକୁ ଆସିଛି। ଅପହର୍ତ୍ତାମାନେ ମନୋଜଙ୍କ ମୁଣ୍ଡ ଜାମିନ୍‌ ରଖି ତାଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଦାବି କରୁଛନ୍ତି। ପରିବାରଲୋକ ପର୍ଯ୍ୟାୟକ୍ରମେ ଅଢ଼େଇ ଲକ୍ଷ ଟଙ୍କା ଦେଇସାରିଲେଣ। କିନ୍ତୁ ଗତ ୪ ଦିନ ହେବ, ମନୋଜଙ୍କ ସହ ସେମାନଙ୍କ ଯୋଗାଯୋଗ ହୋଇପାରୁନାହିଁ। ଫଳରେ ପରିବାରଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଅପରପକ୍ଷେ, ପରିବାର‌ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଗତ ୧୫ ତାରିଖରେ ବାଲିପାଟଣା ଥାନା ପୁଲିସ୍‌ ନମ୍ବର ୨୧୮/୨୨ରେ ଏକ ମାମଲା ରୁଜୁ କରିଥିଲେ ହେଁ ଅଭିଯୁକ୍ତମାନଙ୍କ ପାଖ ମାଡ଼ି ପାରିନାହିଁ।

ମିଳିଥିବା ସୂଚନାରୁ ଜଣାଯାଇଛି ଯେ ଗତ ୧୪ତାରିଖ ସଂଧ୍ୟାରେ ମନୋଜଙ୍କୁ ବନମାଳୀପୁର ଅଞ୍ଚଳର ପ୍ରତାପ ନାମକ ଜଣେ ଯୁବକ ଫୋନ୍‌ କରି ମଧୁବନ ଛକକୁ ଡକାଇଥିଲେ। ମଧୁବନ ଛକରେ ପହଞ୍ଚି କାହ୍ନୁଚରଣ ଦାସ ନାମକ ଜଣେ ଯୁବକଙ୍କ ଘର ପାଖରେ ପ୍ରତାପଙ୍କୁ ଅପେକ୍ଷା କରିଥିଲେ। ବିଳମ୍ବ ହେବାରୁ ସେ ବାରମ୍ବାର ପ୍ରତାପଙ୍କୁ ଫୋନ୍ କରିଥିଲେ ହେଁ ସେପଟୁ କୌଣସି ଉତ୍ତର ମିଳି ନଥିଲା। ଏହାର କିଛି ସମୟ ପରେ ଧଳାରଙ୍ଗର ଏକ କାର୍‌ରେ ୪ଜଣ ଯୁବକ ସେଠାରେ ପହଞ୍ଚି ମନୋଜ ଓ ପାଖରେ ଛିଡ଼ା ହୋଇଥିବା କାହ୍ନୁଙ୍କୁ ଅପହରଣ କରି ଭୁବନେଶ୍ବର ଅଭିମୁଖେ ପଳାଇଥିଲେ।

ଦୁର୍ବୃତ୍ତମାନେ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇବା ସହ ବାଟ ସାରା ନିସ୍ତୁକ ମାଡ଼ ମାରିଥିଲେ ଏବଂ ମନୋଜଙ୍କ ମୋବାଇଲ୍‌ରୁ ତାଙ୍କ ଘର ଲୋକଙ୍କୁ ଫୋନ୍‌ କରି ୩ଲକ୍ଷ ଟଙ୍କା ଦାବି କରିଥିଲେ। ସଂଧ୍ୟା ସାରା କାର୍‌ଟି ଭୁବନେଶ୍ବରରେ ଘୂରି ବୁଲିବା ପରେ ରାତି ପ୍ରାୟ ସାଢ଼େ ୧୨ଟାରେ ସେମାନେ କାହ୍ନୁଙ୍କୁ କାର୍‌ରୁ ଓହ୍ଲାଇ ଦେଇ ଚାଲିଯାଇଥିଲେ। ଅପରପକ୍ଷେ ଅପହର୍ତ୍ତାମାନଙ୍କ ଧମକ ଶୁଣି ଭୟଭୀତ ମନୋଜଙ୍କ ପରିବାରଲୋକ ପରଦିନ ଏ ସଂପର୍କରେ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ତଦନ୍ତ କରି କାହ୍ନୁଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା। କାହ୍ନୁଙ୍କ କହିବା କଥା, ଅଭିଯୁକ୍ତମାନେ ହିନ୍ଦୀ ଓ ତେଲଗୁରେ କଥା ହେଉଥିଲେ। କାର୍‌ରେ ଅପହରଣ କରିବା ପରେ ସେମାନେ ଦୁହିଁଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମନୋଜଙ୍କ ଘରଲୋକଙ୍କୁ ଫୋନ୍ କରି ୩ ଲକ୍ଷ ଟଙ୍କା ଦାବି କରିଥିଲେ।

ଅପରପକ୍ଷେ ମନୋଜଙ୍କ ପରିବାରଲୋକଙ୍କ କହିବାନୁଯାୟୀ, ସେମାନେ ଅଭିଯୁକ୍ତମାନଙ୍କୁ ପର୍ଯ୍ୟାୟକ୍ରମେ ୨ଲକ୍ଷ ୬୦ହଜାର ଟଙ୍କା ଦେଇସାରିଲେଣି। କିନ୍ତୁ ଗତ ୪ ଦିନ ହେବ ମନୋଜଙ୍କ ସହ ତାଙ୍କର ଯୋଗାଯୋଗ ହୋଇପାରୁନାହିଁ। ତେଣୁ ସେମାନଙ୍କ ଚିନ୍ତା ବଢ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe