ବିଦାହେଲେ ବିବାଦୀୟ ଫାଣ୍ଡି ଅଧିକାରୀ, ମୁଣ୍ଡରେ ବନ୍ଧୁକ ଲଗାଇ ଯୁବକଙ୍କୁ ଧମକାଇଥିଲେ

Advertisment
ଫାଣ୍ତି ଅଧିକାରୀଙ୍କ ଦବଙ୍ଗଗିରି : ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ

ବାଲିପାଟଣା : ଲକ୍‌ଡାଉନ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଜଣେ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଥିବା ବନମାଳିପୁର ଫାଣ୍ଡିର ବିବାଦୀୟ ଅଧିକାରୀ ପ୍ରକାଶ ଚନ୍ଦ୍ର ପୃଷ୍ଟିଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଛି। ଗତ ୧୩ ତାରିଖ‌ରେ ଘଟିଥିବା ଏହି ଘଟଣାର ଭିଡିଓ କିଛି ଦିନ ତଳେ ସାମାଜିକ ଗଣମାଧ୍ୟମ‌ରେ ଭାଇରାଲ୍‌ ହେବା ପରେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏନେଇ ବିଭାଗୀୟ ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ଲକ୍‌ଡାଉନ୍‌ ବଳବତ୍ତର ଥିବା ବେଳେ ଭେଙ୍କଟରାୟପୁର ଭୋଇସାହିର ଜଣେ ଯୁବକ ଗତ ୧୩ ତାରିଖ ରାତି ୯ଟା ବେଳେ ଗାଡ଼ି ଧରି ଯାଉଥିଲେ। ଏହି ସମୟରେ ସେ ପାଟ୍ରୋଲିଂ କରୁଥିବା ବନମାଳିପୁର ପୁଲିସକୁ ଦେଖି ଗାଡ଼ି ଛାଡ଼ି ସେଠାରୁ ଦୌଡ଼ି ପଳାଇଥିଲେ। ତେବେ ଫାଣ୍ଡି ଅଧିକାରୀ ଶ୍ରୀ ପୃଷ୍ଟି ତାଙ୍କୁ ଗାଁ ଭିତରୁ ଠାବ କରିବା ସହ ମୁଣ୍ଡରେ ସର୍ଭିସ୍‌ ରିଭଲଭର୍‌ ଲଗାଇ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe