ବାଲିଅନ୍ତା: ବାଲିଅନ୍ତା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗର୍ଭବତୀ କରାଇଥିବା ଯୁବକକୁ ପୁଲିସ ଗିରଫ କରୁ ନଥିବା ଅଭିଯୋଗ ହୋଇଛି। ପିପିଲି ଥାନା ଅଞ୍ଚଳର ଅଭିଯୁକ୍ତଜଣଙ୍କ ବିରୋଧରେ ନାବାଳିକାଙ୍କ ବାପା ଗତ ୨ ତାରିଖରେ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କରିବାର ୨ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ଯୁବକଙ୍କ ମୋବାଇଲ୍ ଟ୍ରାକିଂ କରି ପୁଲିସ ବାଲିପାଟଣା, ପିପିଲି ଥାନା ଅନ୍ତର୍ଗତ ବିନାୟକପୁର ଓ ମକୁନ୍ଦିଦାଶପୁର ଅଞ୍ଚଳରେ ଚଢ଼ଉ କରିଥିଲେ ହେଁ ତାକୁ ଗିରଫ କରାଯାଇ ପାରିନି ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ଝିଅର ଭବିଷ୍ୟତ ଚିନ୍ତାରେ ବାପା ମା’ ଆତ୍ମାହୁତି ଦେବେ ବୋଲି ଡିସିପି ଅନୁପ ସାହୁଙ୍କୁ ଭେଟି ଜଣାଇଥିବା କହିଛନ୍ତି। ଏ ଦିଗରେ ପୁଲିସ କମିସନର୍ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି। ସୂଚନାଯୋଗ୍ୟ, ଯୁବକ ଜଣକ ତା’ର ମାମୁଁ ଘରେ ରହିବା ସମୟରେ ନାବାଳିକାଙ୍କ ସହିତ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ନାବାଳିକାଙ୍କ ପରିବାର ଲୋକ ଝିଅକୁ ବିବାହ କରିବାକୁ ଚାପ ପକାଇବାରୁ ସେ ଫେରାର ହୋଇଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us