କଣ୍ଟେନମେଣ୍ଟ୍‌ ଜୋନ୍‌ରୁ ବାଉଁଶବାଡ଼ ଫିଙ୍ଗିଦେଲେ ଅମାନିଆ

Advertisment
କଣ୍ଟେନମେଣ୍ଟ୍‌ ଜୋନ୍‌ରୁ ବାଉଁଶବାଡ଼ ଫିଙ୍ଗିଦେଲେ ଅମାନିଆ

Nicobar Times

ବାଲିଅନ୍ତା : କାକରୁଦ୍ରପୁର ପଞ୍ଚାୟତ ଅଧୀନ ଗଣ୍ଡିଲୋ ଗ୍ରାମରେ ଅମାନିଆଙ୍କ ଉତ୍ପାତ ବଢ଼ି ଚାଲିଛି। ଗ୍ରାମରେ ୩ଦିନ ପୂର୍ବେ ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ସେହିପରି ପଡ଼ୋଶୀ ଗ୍ରାମ ରୟଡ଼ପଡ଼ା ଗ୍ରାମରେ ମଧ୍ୟ ଜଣେ ୪୭ବର୍ଷୀୟ ଯୁବକଙ୍କର ସଂକ୍ରମଣରେ ଗତକାଲି ଅପରାହ୍‌ଣରେ ମୃତ୍ୟୁ ହୋଇଯାଇଥିଲା। ଗ୍ରାମରେ କରୋନା ପରିସ୍ଥିତି ଅଣାୟତ୍ତ ହେବାରୁ ଉକ୍ତ ଗ୍ରାମକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ କଣ୍ଟେନମେଣ୍ଟ୍‌ ଜୋନ ଘୋଷଣା କରାଯାଇ ଆଜି ସକାଳେ ବାଉଁଶବାଡ଼ ବନ୍ଧା ଯାଇଥିଲା। ହେଲେ କିଛି ଅମାନିଆ ସୋମବାର ଅପରାହ୍‌ଣରେ ବାଉଁଶବାଡ଼ ଭାଙ୍ଗି ଫିଙ୍ଗି ଦେଇଥିଲେ। ଏନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏନେଇ ସ୍ଥାନୀୟ ଲୋକ ତହସିଲଦାର ସରୋଜ କୁମାର ପଣ୍ଡା ଓ ବାଲିଅନ୍ତା ଥାନାକୁ ଫୋନ୍‌ କରି ଜଣାଇଥିଲେ। ଖବର ପାଇ ତହସିଲଦାର ଶ୍ରୀ ପଣ୍ଡା ପୁଲିସ କର୍ମଚାରୀ ନେଇ ଗ୍ରାମରେ ପହଞ୍ଚିଥିଲେ। ଏହାପରେ ଗ୍ରାମରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe