ଖଣ୍ଡଗିରି: ଅଟଳବିହାରୀ ବାଜପେୟୀ ଆନନ୍ଦବନର ପ୍ରାକୃତିକ ପରିବେଶରେ ଯୋଡ଼ିହେବ ଓଡ଼ିଶାର ହସ୍ତଶିଳ୍ପ। ଆନନ୍ଦବନ ପରିସରରେ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ବାଉଁଶ ନିର୍ମିତ ସାମଗ୍ରୀ ବିକ୍ରି ହେବ। ଏଥିପାଇଁ ଓଡ଼ିଶା ଫରେଷ୍ଟ୍ରି ସେକ୍ଟର ଡେଭଲପମେଣ୍ଟ ପ୍ରୋଜେକ୍ଟ ପକ୍ଷରୁ ୧୭ ଲକ୍ଷ ଟଙ୍କା ବ୍ୟୟ‌‌ରେ ୪ଶହ ବର୍ଗଫୁଟର ବାଉଁଶ ଆଉଟ୍ ଲେଟ୍ ପ୍ରସ୍ତୁତ କରାଯିବାକୁ ଯୋଜନା ହୋଇଛି। ଆଗାମୀ ୪ ମାସ ମଧ୍ୟରେ ଏହା ପ୍ରସ୍ତୁତ କରିବାକୁ ସିଟି ଫରେଷ୍ଟ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। 

Advertisment

satkosia: କେନ୍ଦ୍ର ଫୋକସ୍‌ରେ ସାତକୋଶିଆ: ଚିତା ବଂଶ ତୃତୀୟ ପିଢ଼ିରେ ପହଞ୍ଚିଲା, ଏ ମାସ ଶେଷ ସୁଦ୍ଧା ଆଉ ଚିତା ଆସିବେ

ଏଠାରେ ଓଡ଼ିଶାର ବିଭିନ୍ନ ବାଉଁଶ କ୍ଲଷ୍ଟରର ଉତ୍ପାଦିତ ସାମଗ୍ରୀ ଉପଲବ୍ଧ ହେବ। ଘରସଜ୍ଜା ସାମଗ୍ରୀଠାରୁ ଆରମ୍ଭ କରି ବିଭିନ୍ନ ଅଳଙ୍କାର ପର୍ଯ୍ୟନ୍ତ ଗ୍ରାହକ କିଣିବାକୁ ପାଇବେ।  ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଆନନ୍ଦବନର ହାତ ଛାଡ଼ିବା ପରେ ଏହାର ଭବିଷ୍ୟତ ନେଇ ଆଶଙ୍କା ଦେଖା ଦେଇଥିଲା। ଏଭଳି ସମୟରେ ବାଉଁଶ ଉନ୍ନୟନ ସଂସ୍ଥା ପକ୍ଷରୁ ଏହି ନୂଆ ଯୋଜନା ଆନନ୍ଦବନକୁ ଆକର୍ଷଣୀୟ କରିବାରେ ସହାୟକ ହେବ ବୋଲି ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ପକ୍ଷରୁ କୁହାଯାଇଛି।  ଅନ୍ୟପଟେ, ଏ ପର୍ଯ୍ୟନ୍ତ ଆନନ୍ଦବନର ଅଧା ଥିବା ଅନେକ କାମ ଆଗକୁ ଆଗେଇ ପାରିନାହିଁ। ଏହାକୁ ବ୍ୟବସ୍ଥିତ କରିବା ପାଇଁ ସିଟି ଡିଏଫ୍ଓ ଏ ନେଇ ଓଏମସି ଓ ଜଙ୍ଗଲ ବିଭାଗ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ସହାୟତା ମାଗିଛନ୍ତି।  ବନରୁ ମାସିକ ଆୟ ହେଉଥିବା ଅର୍ଥଠାରୁ ୩୦ ଗୁଣା ଅର୍ଥ ରକ୍ଷଣାବେକ୍ଷଣ ଓ ଉନ୍ନତୀକରଣରେ ଖର୍ଚ୍ଚ ହେଉଛି। ଓଏମ୍‌ସିଠାରୁ ଚିଠି ପାଇବାର ମାସାଧିକ କାଳ ବିତିବା ପରେ ମଧ୍ୟ ଖର୍ଚ୍ଚ ପାଇଁ ଅର୍ଥ ବ୍ୟବସ୍ଥା ହୋଇପାରିନାହିଁ। ଏବେ ବନରେ କୋରାପୁଟ କଫି, ମିଲେଟ ମିସନ, ମିସନ ଶକ୍ତି ଭଳି ୫ କିଓସ୍କରୁ ଭଡା ବାବଦକୁ ମାସିକ ୮୪ ହଜାର ଟଙ୍କା ରୋଜଗାର ହେଉଛି।

Mobile networks: ମୋବାଇଲ୍‌ ନେଟ୍‌ୱର୍କ ପାଇଁ ଗଛ ଭରସା: ଏଆଇ ଯୁଗରେ ଗାଁ ଲୋକେ କଲବଲ, ପରିବାର ସହିତ ଯୋଗାଯୋଗ ପାଇଁ ପ୍ରତିଦିନ ସଂଘର୍ଷ

ଆୟ ବଢ଼ାଇବାକୁ ଏଠାକାର ପ୍ରବେଶ ଶୁଳ୍କ ଇତିମଧ୍ୟରେ ୫ ଟଙ୍କାରୁ ୧୦ ଟଙ୍କା ହୋଇଛି। ମାସିକ ହାରାହାରି ତିନି ହଜାର ଲୋକ ଆସୁଛନ୍ତି। ହେଲେ ସେହି ଅନୁଯାୟୀ ଭିତ୍ତିଭୂମି ବିକାଶ ହୋଇପାରୁ ନାହିଁ। ବରଂ ଯେତିକି ଥିଲା ତାହା ନଷ୍ଟ ହୋଇଗଲାଣି। ନଈ ପୂର୍ଣ୍ଣାଙ୍ଗ  ରୂପ ନ ନେବା ଆଗରୁ ଅଳିଆରେ ଭର୍ତ୍ତି ହୋଇ ଯାଇଛି। ପାର୍କ‌ର ଚଲାପଥ ପତ୍ରରେ ଭର୍ତ୍ତି ହୋଇଛି। ବନର ଅନ୍ୟତମ ଆକର୍ଷଣ ‘ଫୁଲ ବଗିଚା’ ମରୁଭୂମି ଭଳି ଅନୁମେୟ ହେଉଛି। ଗୋଟିଏ କିଲୋମିଟରର ଆକ୍ୟୁପ୍ରେସର୍‌ ପଥର, ରାସ୍ତାରେ ପଡ଼ିଥିବା ବେଳେ ତହିଁରୁ ଅନେକ ପଥର ଆଉ ନାହିଁ।