ପ୍ରତିଶ୍ରୁତି ଦେଇ ଭୁଲିଗଲେ : ବ୍ୟାଣ୍ଡପାର୍ଟି ବ୍ୟବସାୟୀଙ୍କୁ ମିଳୁନି ଜାଗା

Advertisment
ପ୍ରତିଶ୍ରୁତି ଦେଇ ଭୁଲିଗଲେ : ବ୍ୟାଣ୍ଡପାର୍ଟି ବ୍ୟବସାୟୀଙ୍କୁ ମିଳୁନି ଜାଗା

ଭୁବନେଶ୍ବର : ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଏବ˚ ଉତ୍ସବରେ ଖୁସିର ମୁହୂର୍ତ୍ତକୁ ଅଧିକ ଆଡ଼ମ୍ବରପୂର୍ଣ୍ଣ ଯେଉଁମାନେ କରନ୍ତି, ଏବେ ସେମାନେ ଦୁଃଖରେ। ଯେଉଁମାନଙ୍କ ବାଜା ବାଜିଲେ ଲୋକ ନାଚିନାଚି ବେଦମ୍‌ ହୋଇଯାଆନ୍ତି, ଏବେ ସେମାନଙ୍କ ପାଇଁ ଛିଡ଼ା ହେବାକୁ ଜାଗାଟିଏ ନାହିଁ। ଡିଜେ ବଜାରରେ ବ୍ୟାଣ୍ତପାର୍ଟିର ଆଦର କମି କମି ଯାଉଥିବା ବେଳେ ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି ବିଏମ୍‌ସିର ପ୍ରତାରଣା।

ରାଜଧାନୀରେ ବ୍ୟାଣ୍ତ ପାର୍ଟି ମାଲିକଙ୍କ ଜୀବନ ଏବେ ଏକରକମ ଦୁର୍ବିସହ ହୋଇଯାଇଛି। ନା କେଉଁଠି ବସି ବେପାର କରିବାକୁ ଜାଗାଟିଏ ଅଛି ନା ନିଜର ପ୍ରଚାର ପ୍ରସାର କରିବାକୁ ସୁଯୋଗ ଅଛି। ପ୍ରାୟ ୩୦ବର୍ଷ ହେଲା ବ୍ୟାଣ୍ତ ପାର୍ଟି ବ୍ୟବସାୟୀମାନେ ରାଜଧାନୀର ୟୁନିଟ-୧ ଅଞ୍ଚଳରେ ପସରା ମେଲାଇ ବସିଥିଲେ ହେଁ ଏ ପର୍ଯ୍ୟନ୍ତ ସେମାନଙ୍କ ପାଇଁ ଭେଣ୍ତି˚ ଜୋନ୍‌ଟିଏ ନିର୍ମାଣ ହୋଇପାରିଲାନି। ଭେଣ୍ତି˚ ଜୋନ୍‌ ଦେବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ୧୨ ବର୍ଷ ହେଲା କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଆସୁଛନ୍ତି।

ରାଜଧାନୀରେ ଆଜକୁ ୩୦ବର୍ଷ ହେଲାଣି ରାଜଧାନୀ ବ୍ୟାଣ୍ତ ପାର୍ଟି ସ˚ଘ ସହରରେ ବିଭିନ୍ନ ପ୍ରକାରର ମାଙ୍ଗଳିକ ଉତ୍ସବ ସହ ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ଆସୁଛନ୍ତି। ପ୍ରଥମେ କିଛି ବ୍ୟାଣ୍ତ ପାର୍ଟି ବ୍ୟବସାୟୀ ୟୁନିଟ-୨ ପେଟ୍ରୋଲ ପମ୍ପ ନିକଟରେ ବସୁଥିଲେ। ସ୍ଥାନୀୟ ବ୍ୟବସାୟୀ ଓ ବ୍ୟାଣ୍ତପାର୍ଟି ବ୍ୟବସାୟୀଙ୍କ ମଧୢରେ ବାରମ୍ବାର ଗଣ୍ତଗୋଳ ଯୋଗୁଁ ବ୍ୟାଣ୍ତପାର୍ଟି ବ୍ୟବସାୟୀଙ୍କୁ ସେଠାରୁ ଉଠିବାକୁ ପଡ଼ିଥିଲା। ପରବର୍ତୀ ସମୟରେ ବ୍ୟବସାୟୀମାନେ ରାଜମହଲରୁ ଶିଶୁଭବନ ରାସ୍ତାରେ ବସିଲେ। ଏଠାରେ ଦୋକାନ କରିବାକୁ ଜାଗା ନଥିବାରୁ ରାସ୍ତା ଉପରେ କିଓସ୍କ କରି ବସିଲେ। ଖରାବର୍ଷାରେ ଚେୟାର ଟେବୁଲ ପକାଇ ଗୋଟିଏ ବୋର୍ଡ ଲଗାଇ ବ୍ୟବସାୟ କଲେ। ସକାଳ ହେଲେ ଘରୁ ଚେୟାର ଟେବୁଲ୍‌ ଆଣିବେ, ସଞ୍ଜ ନଇଁଲେ ପୁଣି ଘରକୁ ନେବେ। କିନ୍ତୁ ୬ମାସ ହେଲା ଏହି ଅଞ୍ଚଳରେ ସ୍ମାର୍ଟ ସିଟିର ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ସେମାନଙ୍କୁ ଉଠାଇ ଦିଆଯାଇଛି। କେହି କେହି ଫୁଟପାଥ୍‌ ଉପରେ ବସିଛନ୍ତି ତ କାହାର ବେପାର ପୂରା ବନ୍ଦ ହୋଇଯାଇଛି।

ଏନେଇ ରାଜଧାନୀ ବ୍ୟାଣ୍ତ ପାର୍ଟି ସ˚ଘର କର୍ମକର୍ତ୍ତା କହିଛନ୍ତି ଯେ ୨୦୦୬ରେ ଅପରାଜିତା ଷଡ଼ଙ୍ଗୀ ବିଏମ୍‌ସି କମିସନର‌୍‌ ଥିବା ବେଳେ ବ୍ୟାଣ୍ତ ପାର୍ଟି ସ˚ଘକୁ ଏକ ଭେଣ୍ତି˚ ଜୋନ୍‌ରେ ଥଇଥାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ୧୨ ବର୍ଷ ହେଲା ଏହା କେବଳ ପ୍ରତିଶ୍ରୁତିରେ ରହିଯାଇଛି। ଏହାପରେ ଚାରି ଜଣ କମିସନର‌୍‌ ଆସିଲେଣି କିନ୍ତୁ କେହି ବି ବ୍ୟାଣ୍ତପାର୍ଟି ସ˚ଘ ପାଇଁ ଭେଣ୍ତି˚ ଜୋନ୍‌ଟିଏ ନିର୍ମାଣ କରିପାରିଲେନି। ସ˚ଘ ବିଭିନ୍ନ ସମୟରେ ମେୟରଙ୍କଠାରୁ ଆରମ୍ଭ କରି ପରବର୍ତୀ ସମୟରେ ଥିବା କମିସନର୍‌ଙ୍କୁ ଭେଟିଥିଲେ ହେଁ ସେମାନଙ୍କୁ କେବଳ ପ୍ରତିଶ୍ରୁତି ଦିଆଯାଇଛି। ଫଳ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବହି ଓ ଜୁସ୍‌ ଦୋକାନୀମାନେ ରାଜଧାନୀର ବିଭିନ୍ନ ଭେଣ୍ତି˚ ଜୋନ୍‌ରେ ବ୍ୟବସାୟ କରୁଥିବା ବେଳେ ବ୍ୟାଣ୍ତ ପାର୍ଟି ବ୍ୟବସାୟୀମାନେ ଅଣଦେଖା ହୋଇ ଚାଲିଛନ୍ତି।

ରାଜଧାନୀ ବ୍ୟାଣ୍ତ ପାର୍ଟି ସ˚ଘର ସମ୍ପାଦକ ନବୀନ ଚନ୍ଦ୍ର ରାଉତରାୟ କହିଛନ୍ତି, ୧୨ବର୍ଷ ତଳେ ଭେଣ୍ତି˚ ଜୋନ୍‌ରେ ଥଇଥାନ ପାଇଁ ନିଷ୍ପତ୍ତି ହୋଇଥିଲେ ହେଁ, ବିଏମ୍‌ସି କୌଣସି ପ୍ରକାର ସୁବିଧା ଦେଇନାହିଁ। ୩୩ଜଣ ସଦସ୍ୟ ପ୍ରତିଦିନ ଷ୍ଟୁଲ ପକାଇ ରାସ୍ତା କଡ଼ରେ ବିକ୍ଷିପ୍ତ ଭାବେ ବସୁଛନ୍ତି। ଏବେ ରାସ୍ତା କାମ ଚାଲୁଥିବାରୁ ସମସ୍ୟା ଆହୁରି ବିଷମ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ଲୋକେ ଏମାନଙ୍କୁ ଖୋଜିବା ବି କଷ୍ଟକର ହୋଇପଡ଼ୁଛି। ସ˚ଘର ସଭାପତି ପ୍ରଶାନ୍ତ ସାହୁ କହିଛନ୍ତି, ମେୟରଙ୍କୁ ଏହି ବିଷୟରେ ବାରମ୍ବାର ଅବଗତ କଲୁଣିି। ବ୍ୟାଣ୍ତପାର୍ଟି ବ୍ୟବସାୟୀମାନେ ବସୁଥିବା ଅଞ୍ଚଳ ସ୍ମାର୍ଟ ସିଟିର ଟାଉନ୍‌ ଡିଷ୍ଟ୍ରିକ୍ଟ ଅଞ୍ଚଳରେ ଯାଉଥିବାରୁ ସେମାନଙ୍କ ଥଇଥାନ ନେଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମଟେଡ୍‌ (ବିଏସ୍‌ସିଏଲ୍‌) କର୍ତ୍ତୃପକ୍ଷ ହିଁ ନିଷ୍ପତ୍ତି ନେଇପାରିବେ। ଏନେଇ ବିଏସ୍‌ସିଏଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଟାଉନ୍‌ ଡିଷ୍ଟ୍ରିକ୍ଟ ଅଞ୍ଚଳ ନିର୍ମାଣ ଶେଷ ହେବା ପରେ ଉଠା ଦୋକାନୀମାନଙ୍କୁ ଥଇଥାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe