ଭୁବନେଶ୍ୱର: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ ଦାବିରେ ଆଜି ‘ଆମେ ଓଡ଼ିଆ’ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପୂରଣ ନେଇ ସ୍ଳୋଗାନ୍ମାନ ଦେଇଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ, ଗତ ୨୧ ଡିସେମ୍ବର ୧୯୯୪ ମସିହାରୁ ବିଧାନସଭାରେ ଏହି ସଙ୍ଗୀତ ସବୁବେଳେ ଗାନ କରାଯାଇ ଆସୁଛିା ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଏହି ସଙ୍ଗୀତକୁ ପ୍ରଥମେ ଗାନ କରାଯାଉଛି । ହେଲେ ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ସରକାର କାହିଁକି ପଛାଉଛନ୍ତି ବୁଝାପଡୁନାହିଁ । ୨୦୦୬ ମସିହାରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯିବ ବୋଲି ବିଧାନସଭାରେ ନିଷ୍ପତ୍ତି ହୋଇଥିଲା। ତେବେ କେଉଁ ଉଦ୍ଦେଶ୍ୟ ରଖି ସରକାର ଗେଜେଟ୍ ନୋଟିଫେକସନ୍ କରିବାକୁ ପଛାଉଛନ୍ତି। ରାଜ୍ୟ ସଂଗୀତ ମାନ୍ୟତା ପାଇଁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯାନୁଷ୍ଠାନ ନିଆଯାଇ ନାହିଁ। ଯଦି ସରକାର ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାରେ ବିଳମ୍ବ କରନ୍ତି ତେବେ ଆଗାମୀ ଦିନରେ ସଙ୍ଗଠନ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ବିକ୍ଷୋଭରେ ଆମ ଓଡ଼ିଶାର ନିରାକାର ସାହୁ, ପ୍ରିତିଶ କୁମାର ରାୟ, ପି ରୋଜା ପ୍ରମୁଖ ନେତୃତ୍ୱ ନେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us