ରାଜଧାନୀରେ ମାଳ ମାଳ ବାଂଲାଦେଶୀ, ଏନ୍‌ଆଇଏ ଡିଜି ସୂଚନା ଦେବା ପରେ ମଧ୍ୟ ଚେତୁନି ପୁଲିସ ଓ ପ୍ରଶାସନ

Advertisment

ଜାଲ୍‌ ନୋଟ୍‌, ନିଶା କାରବାର, ଚୋରା ଅସ୍ତ୍ରଶସ୍ତ୍ର ଚାଲାଣରେ ସ˚ପୃକ୍ତ

ଜାଲ୍‌ ନୋଟ୍‌, ନିଶା କାରବାର, ଚୋରା ଅସ୍ତ୍ରଶସ୍ତ୍ର ଚାଲାଣରେ ସ˚ପୃକ୍ତ

ଡିଏସପି ଦେବିନ୍ଦର ସିଂହଙ୍କ ମାମଲାର ତଦନ୍ତ କରିବ ଏନଆଇଏ, ଗୃହ ମନ୍ତ୍ରାଳୟ ଜାରିକଲା ନିର୍ଦ୍ଦେଶନାମା

ଭୁବନେଶ୍ବର: ବାଲାଂଦେଶୀ ଆତଙ୍କବାଦୀ ସଂଗଠନ ‘ଜମାତ ଉଲ ମୁଜାହିଦ୍ଦିନ୍‌’ ଓଡ଼ିଶାରେ ଦୀର୍ଘ ଦିନ ହେବ ସକ୍ରିୟ ଅଛି। ଯେକୌଣସି ସମୟରେ ସେମାନେ ଅଘଟଣ ଘଟାଇବା ଆଶଙ୍କା ରହିଛି। ଏ ନେଇ ରାଜ୍ୟ ପୁଲିସ ସତର୍କ ହୋଇଯିବା ଆବଶ୍ୟକ। ପାଞ୍ଚ ଦିନ ତଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଡିଜି ଯୋଗେଶ ଚନ୍ଦ୍ର ମୋଦି ଏଭଳି ସୂଚନା ଦେଇଥିଲେ। ଏନ୍‌ଆଇଏ ଡିଜିଙ୍କ ସୂଚନା ପରେ ଯେଉଁଭଳି ଢଙ୍ଗରେ‌ ପୁଲିସ ପଦକ୍ଷେପ ନେବା କଥା, ତାହା ନେଇ ନାହିଁ। ବି‌ଶେଷ କରି ରାଜଧାନୀ ଭୁବନେଶ୍ବର ପାଇଁ ସତର୍କ ଘଣ୍ଟି ବାଜିବା ଆରମ୍ଭ ହୋଇଛି। କାରଣ ଦୀର୍ଘ ଦିନ ହେବ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଆସ୍ଥାନ ଜମାଇ ବସିଛନ୍ତି। କେତେକ ନ୍ୟସ୍ତ ସ୍ବାର୍ଥ ରାଜନେତାଙ୍କୁ ହାତ କରି ଭୋଟର୍‌ କାର୍ଡ ମଧୢ ହାତେଇ ନେଇଛନ୍ତି। ଭୋଟ୍‌ରେ ଅ˚ଶଗ୍ରହଣ କରିବା ସହ ସମସ୍ତ ସରକାରୀ ସୁବିଧା ସୁଯୋଗ ନେଉଛନ୍ତି।

ଏହି ଅନୁପ୍ରବେଶକାରୀମାନେ ଭୁବନେଶ୍ବର ୟୁନିଟ-୩ ମାଳିସାହି ଅଞ୍ଚଳ, ଖଣ୍ତଗିରି, ଡୁମୁଡୁମା ରଘୁନାଥନଗର, ମଞ୍ଚେଶ୍ବର, ଏୟାରଫିଲ୍ଡ୍‌ର କାର୍ଗିଲ ବସ୍ତି ଅଞ୍ଚଳରେ ରହି ଆସୁଛନ୍ତି। ଏହାଛଡ଼ା ଏହି ଅନୁପ୍ରବେଶକାରୀମାନେ ଭୁବନେଶ୍ବର ଦେଇ ଯାଇଥିବା ଟ୍ରେନ୍‌ ଲାଇନ୍‌ କଡ଼ରେ ମଧୢ ବସ୍ତି ସୃଷ୍ଟି କରି ସାରିଲେଣି। ବଡ଼ କଥା ହେଉଛି ଏହି ଅନୁପ୍ରବେଶକାରୀମାନେ ଜାଲ୍‌ନୋଟ, ନିଶା କାରବାର, ଚୋରା ଅସ୍ତ୍ରଶସ୍ତ୍ର ଚାଲାଣ, ସ୍କ୍ରାପ ବ୍ୟବସାୟରେ ସ˚ପୃକ୍ତ ରହୁଛନ୍ତି। ପୂର୍ବରୁ କେତେକ ବାଂଲାଦେଶୀ ମଧ୍ୟ ଜାଲନୋଟ୍‌ କାରବାର ଅଭିଯୋଗରେ ଭୁବନେଶ୍ବରରୁ ଗିରଫ ହୋଇଛନ୍ତି।

ଏହାକୁ ଛାଡ଼ି ଦେଲେ ଏହି ଅନୁପ୍ରବେଶକାରୀମାନେ ଭୁବନେଶ୍ବରରେ କବାଡ଼ି ବ୍ୟବସାୟ, ବୁଲା ବେପାର, ଫୁଟ୍‌ପାଥରେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି। କେତେକ ମଧ୍ୟ ୟୁନିଟ-୧, ୟୁନିଟ-୨ ମାର୍କେଟରେ ଜୋତା, ବେଡସିଟ୍‌, ବ୍ୟାଗ୍‌ ଆଦି ବିକ୍ରି କରୁଛନ୍ତି। ଏହି କା‌ରଣରୁ ବେଳକୁ ବେଳ ଏମାନଙ୍କ ସ˚ଖ୍ୟା ରାଜଧାନୀରେ ବଢ଼ି ଚାଲିଛି। ସେମାନଙ୍କ ବିଭିନ୍ନ ସମ୍ପକୀର୍ୟମାନେ ମଧୢ ବିଭିନ୍ନ ସମୟରେ ଭୁବନେଶ୍ବର ଆସି ବୁଲି କରି ଯାଉଛନ୍ତି। ଏହାର ସୁଯୋଗ ନେଇ ଆତଙ୍କବାଦୀମାନେ ଭୁବନେଶ୍ବର ଆସୁଥିବା ସନ୍ଦେହ କରାଯାଉଛି। ଏଥିପାଇଁ ଆଗାମୀ ଦିନରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଏଡ଼ାଇ ଯାଇ ହେଉନାହିଁ। କିଛି ଦିନ ତଳେ ଏନ୍‌ଆଇଏ ହାତରେ ଧରା ପଡ଼ିଥିବା ହବିବୁର ରହେମାନ୍‌ କେତେକ ବା˚ଲାଦେଶୀ ଯୁବକଙ୍କୁ ଓଡ଼ିଶା ଆଣିଥିବା ଜଣ‌ାପଡ଼ିଥିଲା। ଏପରିକି ଲସ୍କର ତୋଇବାର ଦୁର୍ଦ୍ଧର୍ଷ ଆତଙ୍କବାଦୀ ନଇମ୍‌ କଟକରେ ରହିଥିବା କୁହାଯାଉଛି। ଏସବୁ ଦୃଷ୍ଟିରୁ କମିସନରେଟ୍‌ ପୁଲିସ ଯାହାବା ପଦକ୍ଷେପ ନେବା କଥା ନେଇ ପାରି ନାହିଁ। ଜିଲ୍ଲା ପ୍ରଶାସନ ବି ଚୁପ୍‌ ହୋଇ ବସିଛି। ଜିଲ୍ଲା ପ୍ରଶାସନ ଚୁପ୍‌ ଥିବାରୁ କମିସନରେଟ ପୁଲିସ ମଧୢ ଏ ଦିଗରେ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରୁନାହିଁ। ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। କିନ୍ତୁ ରାଜଧାନୀ କଥା କେହି ଚିନ୍ତା କରି ନାହାନ୍ତି। କମିସନରେଟ୍‌ ପୁଲିସ ଓ ଜିଲ୍ଲା ପ୍ରଶାସନ ମଧୢରେ ଚାଲିଥିବା ଠେଲାପେଲା ମଧୢରେ ଆଗାମୀ ଦିନରେ ଯେ ରାଜଧାନୀରେ ଅଘଟଣ ନ ଘଟିବ, ତାହା କହି ହେବ ନାହିଁ। ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରିବା କାମ ଜିଲ୍ଲା ପ୍ରଶାସନର। ଜିଲ୍ଲା ପ୍ରଶାସନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି କମିସନରେଟ ପୁଲିସକୁ ଜଣାଇଲେ, ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe