“ସ୍ମୃତିରେ ସ୍ମୃତିରେ ପରୀକ୍ଷିତ" ସ୍ମରଣିକା ଉନ୍ମୋଚିତ: ୨୮ଜଣଙ୍କୁ ବାଣୀଚିତ୍ର ସମ୍ମାନ

Advertisment
“ସ୍ମୃତିରେ ସ୍ମୃତିରେ ପରୀକ୍ଷିତ" ସ୍ମରଣିକା ଉନ୍ମୋଚିତ: ୨୮ଜଣଙ୍କୁ ବାଣୀଚିତ୍ର ସମ୍ମାନ

ଭୁବନେଶ୍ବର: ‘ବାଣୀଚିତ୍ର’ ପକ୍ଷରୁ ଜୟଦେବ ଭବନଠାରେ ୫୪ତମ ବାଣୀଚିତ୍ର ସମ୍ମାନ-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ସ୍ବର୍ଗତ ପରୀକ୍ଷିତ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ବିଧାୟକ ପ୍ରଫୁଲ୍ଲ ସାମଲ, ଖ୍ୟାତନାମା କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ପ୍ରଯୋଜକ ଅକ୍ଷୟ ପରିଜା, ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ପି.ପି.ଏଲ କର୍ପୋରେଟ୍‌ ବ୍ୟାପାର ଅଧିକାରୀ ସୁଧୀର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ନେଇ ସରକାର ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପରେ ପରୀକ୍ଷିତ ଜେନାଙ୍କ ସ୍ମୃ୍ତିରେ ପ୍ରକାଶିତ ସ୍ମରଣିକା ‘ସ୍ମୃତିରେ ସ୍ମୃତିରେ ପରୀକ୍ଷିତ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ଏହି ଅବସରରେ କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂସ୍କୃତି କ୍ଷେତ୍ରରେ ଜଡ଼ିତ ଥିବା ୨୮ ପ୍ରତିଭାଙ୍କୁ ‘ବାଣୀଚିତ୍ର’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କ ସଂଯୋଜନାରେ କଣ୍ଠଶିଳ୍ପୀମାନେ ସଂଗୀତ ପରିବେଷଣ କରିଥିଲେ। ଗୌତମ ଡ୍ୟାନ୍ସ ଷ୍ଟୁଡିଓର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ବାଣୀଚିତ୍ରର ସମ୍ପାଦକ ଭାସ୍କର ଜେନା ଧନ୍ୟବାଦ ଦେଇଥିଲେ। ବିକ୍ରମାଦିତ୍ୟ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କମଲ କିରଣ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe