ଭୁବନେଶ୍ୱର : କମିସନରେଟ୍ ପୁଲିସ ଅଧିକାରୀମାନଙ୍କ ଅଦଳବଦଳ ହୋଇଛି। କମିସନରେଟ୍ ପୁଲିସ ହେଡ୍କ୍ବାର୍ଟର୍ ଇନ୍ସପେକ୍ଟର୍ ଭାବେ କାମ କରୁଥିବା ବନିତା ମହାରଣାଙ୍କୁ ଭୁବନେଶ୍ବର ମହିଳା ଥାନା ଇନ୍ସପେକ୍ଟର୍ ଭାବେ ଅବସ୍ଥାପିତ କରାଯାଇଛି। ଏଠାକାର ଇନ୍ସପେକ୍ଟର୍ ଅନସୂୟା ନାୟକଙ୍କୁ କଟକ ମହିଳା ଥାନା ଇନ୍ସପେକ୍ଟର୍ ଭାବେ ଏଠାରୁ ବଦଳି କରାଯାଇଛି। କଟକ ମହିଳା ଥାନାରେ ଥିବା ଇନ୍ସପେକ୍ଟର ରୀନା ଦାସଙ୍କୁ ବନିତା ମହାରଣାଙ୍କ ସ୍ଥାନକୁ ଅର୍ଥାତ ହେଡ୍କ୍ବାର୍ଟର୍ ଅଣାଯାଇଛି। ସେହିଭଳି ଏସ୍ଆଇ ଭୁବନ ମୋହନ ସାମନ୍ତରାୟ କଟକ ଡିଆଇବିରୁ ଭୁବନେଶ୍ବର ଆସିଥିବା ବେଳେ ଭୁବନେଶ୍ବର ଡିଆଇବିରୁ ଏସ୍ଆଇ ରବୀନ୍ଦ୍ର ଲେଙ୍କା କଟକ ଡିଆଇବି ଯାଇଛନ୍ତି। ନୂଆ ଜାଗାରେ ଅଧିକାରୀମାନେ ତୁରନ୍ତ ଯୋଗଦେବାକୁ ପୁଲିସ କମିସନରଙ୍କ ନିର୍ଦ୍ଦେଶ ରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us