‘ବାଂଝ’ କହିଲା ଭିନ୍ନ କାହାଣୀ

Advertisment
‘ବାଂଝ’ କହିଲା ଭିନ୍ନ କାହାଣୀ

ଭୁବନେଶ୍ବର: ମାତୃତ୍ବ କେବଳ ଏକ ପରିପୂର୍ଣ୍ଣ ଜୀବନର ପରିଚୟ ନା ସାମାଜିକ ସ୍ବୀକୃତି। ଗତିଶୀଳ ଜୀବନ ଭିତରେ ନାରୀଟିଏ ପ୍ରବାହମାନ ସ୍ରୋତ। ଜୀବନର ଦୁଃଖ, ସୁଖ, ଆଶା, ଅବସୋସ, କାମନା ଆକାଂକ୍ଷା, ପ୍ରାପ୍ତି, ଅପ୍ରାପ୍ତି ସବୁକୁ ସମାହିତ କରି ବହିଯିବାରେ ଥାଏ ତା’ର ଆନନ୍ଦ। ସେଥିପାଇଁ ଜୀବନର ପ୍ରତିକୂଳ ପରିସ୍ଥିତିକୁ ସାମନା କରିବାର ସାମର୍ଥ୍ୟରେ ପରିପୂର୍ଣ୍ଣ ସେ। ଅବିନାଶ ଓ ସୁନନ୍ଦାଙ୍କ କଠୋର ନିଷ୍ପତ୍ତି ଥିଲା ଆମ ତଥାକଥିତ ସମାଜ ବ୍ୟବସ୍ଥା ପ୍ରତି ଏକ ଶକ୍ତ ଧକ୍କା। ହେଲେ ସାମାଜିକ ବ୍ୟବସ୍ଥା ଯେଉଁଠି ଅଟକିଯାଏ, ସେଠି ନାରୀ ହିଁ ପ୍ରଥମେ ଆଲୋଚନାର ସରବ୍ୟ ହୁଏ। ଅପବାଦ ମୁଣ୍ଡାଏ। ଏଭଳି ଏକ ଜୀବନ ଭିତ୍ତିକ ନାଟକ ‘ବାଂଝ’ ଆଜି ଭଞ୍ଜକଳା ମଣ୍ଡପରେ ପରିବେଷିତ ହୋଇଥିଲା।

ଶୀତୁଆ ସନ୍ଧ୍ୟାରେ ଏହି ସାମାଜିକ ନାଟକ ଉପସ୍ଥିତ ଦର୍ଶକଙ୍କ ଭିତରେ ଉଷ୍ମତା ଭରି ଦେଇଥିଲା। ଶେଷଦୃଶ୍ୟ ପର୍ଯ୍ୟନ୍ତ ଦର୍ଶକଙ୍କୁ ମଞ୍ଚ ନିକଟରେ ବାନ୍ଧି ରଖିପାରିଥିଲା। ଅଜୟ ମହାପାତ୍ରଙ୍କ ରଚିତ ଏହି ଗପକୁ ନାଟ୍ୟରୂପ ଦେଇଥିଲେ କୈଳାଶ ଚନ୍ଦ୍ର ଓଝା। ନୟାଗଡ଼ ସିରିୟସ୍‌ ଜୋନ୍‌ ଆନୁକୂଲ୍ୟରେ ଆୟୋଜିତ ଏହି ନାଟକକୁ ଯାମିନୀକାନ୍ତ ମିଶ୍ର ନିର୍ଦ୍ଦେଶନା ଦେଇଥିଲେ। ଅଭିନୟରେ ଥିଲେ ଯାମିନୀ, ପବିତ୍ର, ରାମ, କମଳ, ଗତିକୃଷ୍ଣ, ଅମ୍ଳାନ, ଶିବାନୀ, ସୋନାଲି ଓ ଧରିତ୍ରୀ। ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ କଥାକାର ଗୌରହରି ଦାସ, ପକ୍ଷୀଘର ପ୍ରକାଶନୀ ସଂସ୍ଥାର ପ୍ରକାଶକ ବନୋଜ ତ୍ରିପାଠୀ ଓ ବିଚିତ୍ରାନନ୍ଦ ସେନାପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe