ବାଙ୍କା ପାଟ୍ଟଶାଣୀ ହତ୍ୟା ମାମଲା‌: ତୃତୀୟ ଅଭିଯୁକ୍ତ ଗିରଫ

Advertisment

ବହୁ ଚର୍ଚ୍ଚିତ ଠିକାଦାର ନବଘନ ପାଟ୍ଟଶାଣୀ ଓରଫ ବାଙ୍କା ପାଟ୍ଟଶାଣୀ ହତ୍ୟା ମାମଲାର ତୃତୀୟ ଅଭିଯୁକ୍ତ ଧୀରେନ୍‌ କୁମାର ପାତ୍ର(୪୮)କୁ ଭରତପୁର ଥାନା ପୁଲିସ କଟକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ବ୍ରାହ୍ମଣବତି ଗ୍ରାମରୁ ଗିରଫ କରିଛି।

ବହୁ ଚର୍ଚ୍ଚିତ ଠିକାଦାର ନବଘନ ପାଟ୍ଟଶାଣୀ ଓରଫ ବାଙ୍କା ପାଟ୍ଟଶାଣୀ ହତ୍ୟା ମାମଲାର ତୃତୀୟ ଅଭିଯୁକ୍ତ ଧୀରେନ୍‌ କୁମାର ପାତ୍ର(୪୮)କୁ ଭରତପୁର ଥାନା ପୁଲିସ କଟକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ବ୍ରାହ୍ମଣବତି ଗ୍ରାମରୁ ଗିରଫ କରିଛି।

dffvcvcv

ଖଣ୍ଡଗିରି: ବହୁ ଚର୍ଚ୍ଚିତ ଠିକାଦାର ନବଘନ ପାଟ୍ଟଶାଣୀ ଓରଫ ବାଙ୍କା ପାଟ୍ଟଶାଣୀ ହତ୍ୟା ମାମଲାର ତୃତୀୟ ଅଭିଯୁକ୍ତ ଧୀରେନ୍‌ କୁମାର ପାତ୍ର(୪୮)କୁ ଭରତପୁର ଥାନା ପୁଲିସ କଟକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ବ୍ରାହ୍ମଣବତି ଗ୍ରାମରୁ ଗିରଫ କରିଛି। ପୂର୍ବରୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ମୁଜାଫର କୁମ୍ଭାର ଓରଫ ବଣ୍ଟି ଓ ବିଜୟ କୁମାର ନାୟକକୁ କୋର୍ଟଚାଲାଣ କରିଥିଲା। ପୁଲିସ ସୂତ୍ରରୁ ପ୍ରକାଶ, ୨୦୨୪ ମସିହା ଜୁଲାଇ ୧୯ତାରିଖ ଦିନ ବଣ୍ଟି ଓ ବାଙ୍କା ସାଙ୍ଗ ହୋଇ ବଣ୍ଟି ରହୁଥିବା ଲଜ୍‌ରେ ମଦ୍ୟପାନ କରିଥିଲେ। ପରେ ଟଙ୍କା କାରବାରକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବାଙ୍କାକୁ ହତ୍ୟା କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ଥିବା ବଣ୍ଟି ପ୍ରଥମେ ଏକ ବିୟର୍‌ ବୋତଲରେ ବାଙ୍କା ମୁଣ୍ଡକୁ ପିଟିଦେଇଥିଲା। ସଙ୍ଗେସଙ୍ଗେ ପାଖରେ ରଖିଥିବା ଛୁରିରେ ତାଙ୍କ ତଣ୍ଟି କାଟି ହତ୍ୟା କରିଥିଲା।

ହତ୍ୟା କରିବା ପରେ ମୃତଦେହକୁ ଦୂରକୁ ନେଇ ଫିଙ୍ଗିବା ଯୋଜନା କରିଥିଲା ବଣ୍ଟି। ଏଥିପାଇଁ ସେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ପୁରୁଣା ଚିହ୍ନା ବିଜୟ ନାୟକକୁ ଲଜ୍‌କୁ ଡକାଇଥିଲା। ବଣ୍ଟି ଅଧିକ ଭଡ଼ା ଦେବ ବୋଲି କହିବାରୁ ବିଜୟ ଭଡ଼ାରେ ଯିବା ପାଇଁ ରାଜି ହୋଇଥିଲା। ଏକ କଳା ପଲିଥିନ୍‌ରେ ବାଙ୍କାର ଶବ ପୂରାଇ ବିଜୟର ଇନୋଭା ଗାଡ଼ିରେ କଟକ ଅଭିମୁଖେ ଯାଇଥିଲେ। ହଂସପାଳ କେନାଲ ରୋଡ୍‌ରେ ବଣ୍ଟି ହତ୍ୟାରେ ବ୍ୟବହୃତ ଛୁରି ଓ ଅନ୍ୟାନ୍ୟ ସାମଗ୍ରୀ ଫିଙ୍ଗିଥିଲା। ପରେ କଟକ ବ୍ରାହ୍ମଣସାଇଲୋ କନ୍ଦଳ ନଦୀ ପଠାରେ ବାଙ୍କାର ଶବ ଫିଙ୍ଗି ପଳାଇ ଆସିଥିଲେ। ବାଙ୍କାର ମୃତଦେହ ଜୁଲାଇ ୨୦ ତାରିଖରେ ଜବତ ହୋଇଥିଲେ ମଧ୍ୟ ପରିଚୟ ୨୭ ତାରିଖରେ ମିଳିଥିଲା। ବାଙ୍କାଙ୍କ ପତ୍ନୀଙ୍କ ଅଭିଯୋଗକ୍ରମେ ପୁଲିସ ତଦନ୍ତ କରିଥିଲା। ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀକୁ ପୁଲିସ ଗିରଫ କରିଥିଲା। ତେବେ ମୃତଦେହକୁ ନଦୀରେ ଫିଙ୍ଗିବା ଓ ପ୍ରମାଣ ନଷ୍ଟ କରିବାରେ ଧୀରେନ ସହଯୋଗ କରିଥିବାରୁ ପୁଲିସ ତାକୁ ଆଜି ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe