ରଘୁନାଥ ସାହୁଙ୍କୁ ବଂଶୀଧର ପାତ୍ର ସ୍ମାରକୀ ସମ୍ମାନ

Advertisment

ଚିତ୍ରାଞ୍ଜଳି ଉଦ୍‌ଯାପିତ

ଚିତ୍ରାଞ୍ଜଳି ଉଦ୍‌ଯାପିତ

ରଘୁନାଥ ସାହୁଙ୍କୁ ବଂଶୀଧର ପାତ୍ର ସ୍ମାରକୀ ସମ୍ମାନ

ଭୁବନେଶ୍ୱର: ଆର୍ଟିଷ୍ଟ ଆସୋସିଏସନ ଅଫ୍‌ ଓଡ଼ିଶା(ଆଓ) ପକ୍ଷରୁ ଏକାମ୍ର ହାଟରେ ଆୟୋଜିତ କାର୍ଯ୍ୟକ୍ରମ ଚିତ୍ରାଞ୍ଜଳି ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ୨୩ଟି କାନଭାସ୍‌ ଚିତ୍ରକୁ ନେଇ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହି ଅବସରରେ ରଘୁନାଥ ସାହୁଙ୍କୁ ବଂଶୀଧର ପାତ୍ର ସ୍ମାରକୀ ସମ୍ମାନ, ହେଲେନ୍‌ ବ୍ରହ୍ମାଙ୍କୁ ଗୁରୁ ବ୍ୟୋମକେଶ ମହାନ୍ତି ପୁରସ୍କାର, ଶିଳ୍ପୀଗୁରୁ ବିଜୟ କୁମାର ପରିଡ଼ାଙ୍କୁ ଗୋକୁଳ ବିହାରୀ ପଟ୍ଟନାୟକ ସମ୍ମାନ, ପ୍ରବୋଧ କୁମାର ସାହୁଙ୍କୁ ଡିଏନ୍‌ ରାଓ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଆଇଟି ବିଭାଗର ସଚିବ ମନୋଜ ମିଶ୍ର, ସମ୍ମାନିତ ଅତିଥି ଭାବେ ଧର୍ମପଦ ପୁରସ୍କାରପ୍ରାପ୍ତ ବିନୋଦ ମହାରଣା, ସୁରେନ୍ଦ୍ର ସାହୁ, ସିନେ କଳାକାର ସମରେଶ ରାଉତରାୟ, ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ପଟ୍ଟନାୟକ ଓ ‘ଆଓ’ର ସଭାପତି ଜନପ୍ରିୟ ଦେବତା ଉପସ୍ଥିତ ଥିଲେ। ଏହି ଅବସରରେ ଏକ ତିନି ଦିନିଆ ଜାତୀୟ ଚିତ୍ରକଳା କର୍ମଶାଳା ଓ ଚଳଚ୍ଚିତ୍ର ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ‘ଆଓ’ର ସମ୍ପାଦକ ସମରେନ୍ଦ୍ର ଦାଶ ସମ୍ମାଦକୀୟ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ଚିନ୍ତାମଣି ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଞ୍ଜୟ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ଶୁଭଶ୍ରୀ ମିଶ୍ର, ବିବେକାନନ୍ଦ ଦାସ, ସଙ୍ଗୀତା ପଟ୍ଟନାୟକ ପରିଚାଳନାରେ ସହଯୋଗ କରିଥିଲେ। ବରିଷ୍ଠ ଶିଳ୍ପୀ ତଥା ଅଧ୍ୟାପକ ମୀନକେତନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe