ବାର୍‌ ଡ୍ୟାନସର୍‌ ଦଲାଲଙ୍କୁ ଅପହରଣ ଓ ଉଲଗ୍ନ କରି ଆକ୍ରମଣ ଘଟଣା: ୨ ବଙ୍ଗୀୟ ଦଲାଲ ଗିରଫ

କ୍ୟାପିଟାଲ କ୍ରାଇମ: ସରକାରୀ ଜମିକୁ କେନ୍ଦ୍ରକରି ଗଣ୍ଡଗୋଳ,୨ ଗିରଫ

ଧଉଳି: ରାଜଧାନୀର ବିଭିନ୍ନ ବାର୍‌କୁ ଡ୍ୟାନସର୍‌ ଯୋଗାଉଥିବା ଜଣେ ଅଣ-ଓଡ଼ିଆ ଦଲାଲଙ୍କୁ ଅପହରଣ କରିବା ସହ ଉଲଗ୍ନ କରି ମାଡ଼ ମାରିବା ଘଟଣାରେ ଧଉଳି ଥାନା ପୁଲିସ୍‌ ଆଜି ଦୁଇ ବଙ୍ଗୀୟ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, କାଜଲ ଦାସ (୨୮) ଏବଂ କୌଶିକ ବାସୁ (୪୨)। ଏ ଦୁଇଜଣ ମଧ୍ୟ ବାର୍‌କୁ ଡ୍ୟାନସର୍‌ ଯୋଗାଉଥିବା ଦଲାଲ। ଏମାନଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିବା ଯୁବକଜଣଙ୍କ ହେଲେ, ପ୍ରଦୀପ୍ତ କୁମାର ଗୁପ୍ତା।

ପୁଲିସ୍‌ଠାରୁ ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ବରରେ ଥିବା ଏକ ବାର୍‌ର ମ୍ୟାନେଜର୍‌ କେବଳ ତାଙ୍କ ବାର୍‌କୁ ଡ୍ୟାନସର୍‌ ଯୋଗାଇବା ଲାଗି ପ୍ରଦୀପ୍ତଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ପ୍ରଦୀପ୍ତ ଏଥିରେ ରାଜି ନ ହେବାରୁ କାଜଲ ଓ କୌଶିକଙ୍କ ସହ ମିଶି ବାର୍‌ର ମ୍ୟାନେଜର୍‌ ଗତ ୧୩ ତାରିଖ ବିଳମ୍ବିତ ରାତିରେ ତାଙ୍କୁ ଅପହରଣ କରି ନେଇଥିଲେ। ସେମାନେ ପ୍ରଦୀପ୍ତଙ୍କୁ ଇନ୍ଦିରା କଲୋନି ଅଞ୍ଚଳରେ ଥିବା ଏକ ଘରେ ରଖି ନିର୍ଘାତ ମାଡ଼ ମାରିଥିଲେ। ସେମାନେ ପ୍ରଦୀପ୍ତଙ୍କୁ ଉଲଗ୍ନ କରି ଏକ ଲୁହା ପାଇପ୍‌ରେ ମାଡ଼ ମାରିବା ସହ ମୋବାଇଲ୍‌ରେ ଏହାର ଭିଡିଓ ଉତ୍ତୋଳନ କରିଥିଲେ।

ପ୍ରଦୀପ୍ତ ନେହୁରା ହେବାରୁ ସେମାନେ ତାଙ୍କୁ ୧୩ ଲକ୍ଷ ଟଙ୍କା ବଦଳରେ ଛାଡ଼ିବାକୁ ରାଜି ହୋଇଥିଲେ। ପ୍ରଥମ ଦଫାରେ ସେମାନେ ପ୍ରଦୀପ୍ତଙ୍କଠାରୁ ୩ଲକ୍ଷ ଟଙ୍କା ନେଇଥିଲେ। ବାକି ୧୦ ଲକ୍ଷ ଟଙ୍କା ଶୀଘ୍ର ନ ଦେଲେ ତାଙ୍କ ଉଲଗ୍ନ ଭିଡିଓକୁ ଭାଇରା଼ଲ କରିଦେବେ ବୋଲି ଅଭିଯୁକ୍ତମାନେ ଧମକ ଦେଇଥିଲେ। ତେବେ ଦାବି ମୁତାବକ ଟଙ୍କା ନପାଇବାରୁ ଅଭିଯୁକ୍ତମାନେ ଉକ୍ତ ଭିଡିଓକୁ ଭାଇରାଲ କରିଦେଇଥିଲେ। କିନ୍ତୁ ଏ ପଦକ୍ଷେପ ତାଙ୍କ ଉପରେ ଭାରି ପଡ଼ି ଯାଇଥିଲା।ଏ ଘଟଣା ଲୋକଲୋଚନକୁ ଆସିବାରୁ ପ୍ରଦୀପ୍ତ ଧଉଳି ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ୍‌ ଆଜି କୌଶିକ ଓ କାଜଲକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ତନାଘନା ଚଳାଇଛି। ପୁଲିସ୍‌ର ଏକ ଟିମ୍‌ ରାତିଅଧିଆ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାଯାଇଛି।

ବାର୍‌ ଉପରେ ଚଢ଼ଉ

ଭୁବନେଶ୍ବର, ୧୯/୩ (ଇମିସ): ନିୟମ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଥିବା ବାର୍‌, କ୍ଲବ୍‌ ଓ ହୋଟେଲଗୁଡ଼ିକ ଉପରେ କମିସନରେଟ୍‌ ପୁଲିସ୍‌ ଗତରାତିରେ ଚଢ଼ଉ କରିଛି। ଏହି ଚଢ଼ଉରେ କମିସନରେଟ ପୁଲିସର ଦୁଇଟି ଟିମ୍, ୬୦ ପିଓପିଡି ଓ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ଥିଲେ।

ଉଲ୍ଲେଖଯୋଗ୍ୟ, ରାଜଧାନୀରେ କିଛି ବାର୍, କ୍ଲବ୍ ଓ ହୋଟେଲ ଅବକାରୀ ନିୟମ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ନେଇ ଅଭିଯୋଗ ହେବା ପରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ଦିନରେ ବି ଏଭଳି ଚଢ଼ଉ କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe