ଇନ୍‌ଫୋସିଟି ଅଞ୍ଚଳରେ ବାର୍‌ ସିଲ୍‌

Advertisment

ତିନି ଦୋକାନ ସିଲ୍‌, ୧୮୫୦୦ ଟଙ୍କା ଜରିମାନା ଆଦାୟ

ତିନି ଦୋକାନ ସିଲ୍‌, ୧୮୫୦୦ ଟଙ୍କା ଜରିମାନା ଆଦାୟ

ଇନ୍‌ଫୋସିଟି ଅଞ୍ଚଳରେ ବାର୍‌ ସିଲ୍‌

ଭୁବନେଶ୍ବର : କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଆଜି ବିଏମ୍‌ସି ଇନଫୋସିଟି ଓ ପଟିଆ ଅଞ୍ଚଳରେ ଗୋଟିଏ ବାର୍‌ ସମେତ ତିନିଟି ଦୋକାନକୁ ସିଲ୍‌ କରିଛି। ଏହାସହ ମାସ୍କ ନପିନ୍ଧିବା ଓ କୋଭିଡ୍‌ କଟକଣା ଉଲ୍ଲଂଘନ କରିଥିବା ଅଭିଯୋଗରେ ବିଏମ୍‌ସି ୧୮ହଜାର ୫୦୦ଟଙ୍କା ଜରିମାନା ଆଦାୟ କରିଛି।

ବିଏମ୍‌ସି ଅତିରିକ୍ତ ଲକ୍ଷ୍ମୀକାନ୍ତ ସେଠୀଙ୍କ ନେତୃତ୍ବରେ ବିଏମ୍‌ସିର ଉତ୍ତର ଜୋନ୍ ଡେପୁଟି କମିସନର୍‌ ପୁରନ୍ଦର ନନ୍ଦ, ଆସିଷ୍ଟାଣ୍ଟ କମିସନର୍‌ ଲିଲନ ପ୍ରସାଦ ସାହୁ ଏବଂ ଉତ୍ତର ଜୋନ୍ ସ୍କ୍ବାଡ୍‌ ଇନଫୋସିଟି ଖାଓ ଗଳି ଅଞ୍ଚଳ ଓ ପଟିଆରେ ଚଢ଼ଉ କରିଥିଲା। ଏଥିରେ ୯୯ ହିଣ୍ଟ୍‌ସ ବାର୍‌ରେ କୋଭିଡ୍‌ କଟକଣା ଉଲ୍ଲଂଘନ ହୋଇଥିବାରୁ ଏହାକୁ ସିଲ୍‌ କରାଯାଇଥିଲା। ‌ଖାଓ ଗଳିରେ ଗୋଟିଏ ଫୁଡ୍‌ ଭ୍ୟାନ୍‌ ଓ କିମ୍‌ସ ନିକଟରେ ତାପ୍ରି ଟାଇମ୍ ଚା’ ଦୋକାନକୁ ବି କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ବିଏମ୍‌ସି ସିଲ୍‌ କରିଛି। ସେହିପରି ୯୯ହିଣ୍ଟ୍‌ସ ବାର୍‌ରୁ ୫ହଜାର ଟଙ୍କା, ଖାଓ ଗଳିର ବିଭିନ୍ନ ଦୋକାନରୁ ୧୩,୫୦୦ଟଙ୍କା ଜରିମାନା ଆଦାୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe