ବଡ଼ଗଡ଼ ସାର୍ବଜନୀନ ହରପାର୍ବତୀ ପୂଜା, ପୂଜାରେ ବାଣ୍ଟିବେ ସଚେତନତା ଅନୁରୋଧ ପତ୍ର

Advertisment
ବଡ଼ଗଡ଼ ସାର୍ବଜନୀନ ହରପାର୍ବତୀ ପୂଜା, ପୂଜାରେ ବାଣ୍ଟିବେ ସଚେତନତା ଅନୁରୋଧ ପତ୍ର

ଭୁବନେଶ୍ବର: ବଡ଼ଗଡ଼ରେ ଆୟୋଜିତ ସାର୍ବଜନୀନ ହରପାର୍ବତୀ ପୂଜା ୪୪ ବର୍ଷରେ ପଦାର୍ପଣ କରିଛି। ପ୍ରତ୍ୟେକ ବର୍ଷ ନିର୍ଦିଷ୍ଟ ବିଷୟ ଆଧାରିତ ତଥା ପ୍ରତୀକାତ୍ମକ ମୂର୍ତି ହେଉଥିଲେ ହେଁ ଚଳିତ ବର୍ଷ ଏଠାରେ କରୋନା କଟକଣାକୁ ଦୃଷ୍ଟିରେ ରଖି ଏହା ଦେଖିବାକୁ ମିଳିବ ନାହିଁ। ସରକାରଙ୍କ ଗାଇଡ୍‌ଲାଇନ୍‌ ମୁତାବକ ହରପାର୍ବତୀଙ୍କ ମୂର୍ତି ୪ ଫୁଟରେ ସୀମିତ ରଖାଯାଇଛି। ନେତାଜୀ ଯୁବକ ସଂଘ, ବଡ଼ଗଡ଼ ଭସାଣି ପାଇଁ ଚର୍ଚ୍ଚାରେ ରହୁଥିଲେ ହେଁ ଚଳିତ ବର୍ଷ ଅଞ୍ଚଳବାସୀ ଏହାର ଅଭାବ ଉପଲବ୍ଧି କରିବେ। ଅଢ଼େଇ ହଜାର ଲୋକଙ୍କ ପାଇଁ ଖେଚୁଡ଼ି ପ୍ରସ୍ତୁତି ହେଉଥିଲେ ହେଁ ଏଥର ଏଥିରେ ରୋକ୍‌ ଲାଗିଛି। ପ୍ରତି ବଦଳରେ ଲଡ଼ୁ ଭୋଗ କରାଯିବ। ଯଥା ସମ୍ଭବ ଏହା ଭକ୍ତଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ। କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏଥର ଲୋକମାନଙ୍କୁ ସଚେତନତା ଅନୁରୋଧ ପତ୍ର ବାଣ୍ଟିବ ଯୁବକ ସଂଘ। ଲୋକେ ଯେପରି ସମସ୍ତ ସଚେତନତା ଆପଣାଇବେ ସେନେଇ ସଂଘ ପକ୍ଷରୁ ସାମାଜିକ ଦାୟିତ୍ବବୋଧ ନିଭାଇବା ଉଦ୍ଦେଶ୍ୟ ନେଇ ଏହି ଅନୁରୋଧ ପତ୍ର ବଣ୍ଟାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ଲଡ଼ୁ ବାଣ୍ଟିବୁ, ସମ୍ବର୍ଧିତ କରିବୁ
ପୂଜାରେ ଏଥର ‌ଶ୍ରଦ୍ଧାଳୁମାନେ ଖେଚୁଡ଼ି ପ୍ରସାଦରୁ ବଞ୍ଚିତ ହେବେ। ତେଣୁ ଭକ୍ତମାନେ ଯେପରି ଯତ୍‌ କିଞ୍ଚିତ ପ୍ରସାଦ ପାଇପାରିବେ ସେନେଇ ଲଡ଼ୁ ଭୋଗ କରି ବାଣ୍ଟିବାକୁ ଚେଷ୍ଟା କରିବୁ। ଯଥା ସମ୍ଭବ ଘରେ ପହଞ୍ଚାଇବୁ। ଏହା ବ୍ୟତୀତ ଲୋକମାନଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିବୁ। କରୋନା ନିୟନ୍ତ୍ରଣରେ ଅବଦାନ ରଖୁଥିବା ବ୍ୟକ୍ତିମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଧିତ କରିବୁ।
ସନ୍ତୋଷ କୁମାର ସିଂହ (ସଭାପତି,ନେତାଜୀ ଯୁବକ ସଂଘ, ବଡ଼ଗଡ଼)

ଘରେ ରହି ମା’ଙ୍କୁ ପୂଜିବାକୁ ଅନୁରୋଧ
୨୨ରୁ ବିଲ୍ବାଧିବାସରୁ ପୂଜା ଆରମ୍ଭ ହେବ। ୨୪ ତାରିଖରେ ବଳିଦାନ, ସନ୍ଧିପୂଜା, ୨୫ରେ ସକାଳ ୯ଟା ୩୫ ସୁଦ୍ଧା ସମସ୍ତ ପୂଜା ସମାପନ ଏବଂ ୨୬ରେ ସକାଳ ୯ଟା ୩ ମିନିଟ୍‌ ସମୟରେ ଅପରାଜିତ ପୂଜା ହେବ। କେବଳ ବିଧି ରକ୍ଷା ପାଇଁ ପୂଜା କରାଯାଉଛି। ତେଣୁ ଶ୍ରଦ୍ଧାଳୁମାନେ ଘରେ ରହି ମା’ଙ୍କୁ ଉପାସନା କରିବାକୁ ଅନୁରୋଧ।
ବୃନ୍ଦାବନ ଦାସ, ସମ୍ପାଦକ
ନେତାଜୀ ଯୁବକ ସଂଘ, ବଡ଼ଗଡ଼)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe