ଖଣ୍ଡଗିରି: ବରମୁଣ୍ଡା ବସ୍‌ଷ୍ଟାଣ୍ଡ ବା ବିଏସ୍ଏବିଟି ଅଣ୍ଟା ସଳଖି ପାରୁନି। ୧୮୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ନିର୍ମାଣ ହୋଇଥିବା ଏହି ବସ୍‌ଷ୍ଟାଣ୍ଡର ୨ ବର୍ଷ ପରେ ବି ଆୟଠାରୁ ବ୍ୟୟ ବଳି ଯାଉଛି। ରକ୍ଷଣାବେକ୍ଷଣା ପାଇଁ ମାସକୁ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆୟ ୯୦ ହଜାର ବି ହୋଇ ପାରୁନି। ଏଠାରେ ଥିବା ୧୨୮ ଦୋକାନଘର ମଧ୍ୟରୁ ୨ ବର୍ଷରେ ମାତ୍ର ୮ଟି ଖୋଲିଛି। ଡର୍ମିଟୋରି ପାଇଁ ପ୍ରସ୍ତୁତ ହୋଇଥିବା କୋଠା ଖତ ଖାଉଛି। ବସ୍ ରହଣି ବାବଦକୁ ଟଙ୍କାଟିଏ ରାଜସ୍ବ ଆସୁନି। ଆଇଟି ହବ୍ ପ୍ରତିଷ୍ଠା ପାଇଁ ଯେଉଁ ଯୋଜନା ହୋଇଥିଲା ତାହା ଶୀତଳ ଭଣ୍ଡାରରେ ପଡ଼ିଛି। ରାଜସ୍ବ ବୃଦ୍ଧି ପାଇଁ ସବୁ ବାଟ ବନ୍ଦ ହୋଇଯାଇଛି।  ବିଡିଏ ଏବେ ନିଜସ୍ବ ପାଣ୍ଠିରୁ ବିଏସ୍ଏବିଟିକୁ ପୋଷୁଛି।

Advertisment

Yogi Adityanath: ଉତ୍ତର ପ୍ରଦେଶରେ ବିକାଶ ହେଉଛି, ଶ୍ବାସରୁଦ୍ଧ ନୁହେଁ: ଯୋଗୀ

ମାସକୁ ଖର୍ଚ୍ଚ ୯୦ ଲକ୍ଷ, ଚିନ୍ତା ବଢ଼ାଇଲାଣି ବିଦ୍ୟୁତ୍ ବିଲ୍‌
ଦେଢ଼ ମାସରେ ଖୋଲିଛି ୮ ଦୋକାନ ନିର୍ମାଣ ହୋଇଛି, ଖୋଲୁନି ଡର୍ମିଟୋରି

ବସ୍‌ଷ୍ଟାଣ୍ଡ୍‌ ୨୦୨୪ରେ ଉଦ୍‌ଘାଟିତ ହେଲା। ୩ ମହଲା ବଶିଷ୍ଟ ଏହି ବସ୍‌ଷ୍ଟାଣ୍ଡରେ ୧୨୪ଟି ଦୋକାନ ଘର ରହିଛି। ଏହାକୁ ଭଡ଼ା ଲଗାଇ ଏଥିରୁ ଟଙ୍କା ଉପାର୍ଜନ କରିବାକୁ ଯୋଜନା ହୋଇଥିଲା। ଗତ ୬ ଜାନୁଆରିରେ ମନ୍ତ୍ରୀଙ୍କ ଉପସ୍ଥିତିରେ କିଛି ଦୋକାନୀଙ୍କୁ ଚାବି ମଧ୍ୟ ଦିଆଗଲା। ଆଶା ଥିଲା ଦୋକାନ ଘର ଖୋଲିଲେ ଦୋକାନ ଘର ବାବଦକୁ ଭଡ଼ା ପ୍ରତି ବର୍ଗ ଫୁଟ୍‌ ହିସାବରେ ୫୦ଟଙ୍କା ‌(ରକ୍ଷଣାବେକ୍ଷଣକୁ ମିଶାଇ)ଆଦାୟ ହେବ। ଫଳରେ ପ୍ରଥମ ପର୍ଯ୍ୟାୟରେ ୧୧୨ ଦୋକାନିଙ୍କ ଠାରୁ ୫ଲକ୍ଷ୍ ୬୦ହଜାର ଟଙ୍କା ଆସିବ। ହେଲେ ମାସକ ପରେ ମାତ୍ର ୮ ଦୋକାନ ଘର ଖୋଲିଛି। ବିଡିଏ ପକ୍ଷରୁ ୪୦ ଜଣଙ୍କୁ ଚାବି ହସ୍ତାନ୍ତର କରାଯାଇଥିବା ବେଳେ   ନିର୍ଦ୍ଦିଷ୍ଟ ତାରିଖ ସୁଦ୍ଧା ଦୋକାନ ଖୋଲିବାକୁ ନିର୍ଦ୍ଦେଶ ନ ଥିବାରୁ ଲଟେରିରେ ଦୋକାନ ପାଇ ସେମାନେ ଚୁପ୍‌ଚାପ ବସିଯାଇଛନ୍ତି। ସେହିପରି ବାରମ୍ବାର ଡର୍ମିଟୋରି ଓ ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲିବା ପାଇଁ ଯୋଜନା ହେଉଛି। ଗତ ୨ ବର୍ଷରେ ୪ଥର ବିଭିନ୍ନ ସଂସ୍ଥା ଏଥିପାଇଁ ଆଗ୍ରହ ଦେଖାଇଛନ୍ତି। ମାତ୍ର ବିଡିଏର ସର୍ତ୍ତ ଓ ଅନ୍ୟାନ୍ୟ କାରଣ ପାଇଁ ସେମାନେ ଓହରି ଯାଇଛନ୍ତି। ସେହିପରି  ପ୍ରତିଦିନ ବସ୍‌ଷ୍ଟାଣ୍ଡରେ ଶହଶହ ବସ୍‌ ଆସୁଥିଲେ ମଧ୍ୟ ଏହାର ରହଣି ବାବଦକୁ ଟଙ୍କା‌ଟିଏ ଆଦାୟ ହେଉନି। ଏପଟେ ପ୍ରତିମାସ କେବଳ ଷ୍ଟାଣ୍ଡର ବିଦ୍ୟୁତ୍‌ ବିଲ୍‌ ୧୫ ରୁ ୨୦ ଲକ୍ଷ ଟଙ୍କା ଦେବାକୁ ହେଉଛି। 

Football: ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତା: ଭାଗନେବେ ୮ ଦଳ

ଏ ନେଇ ବିଏସ୍‌ଏବିଟ ମ୍ୟାନେଜର୍‌ ଇତିକାନ୍ତ ମହାପାତ୍ରଙ୍କ କହିଛନ୍ତି, ୧୧୨ ଜଣଙ୍କ ଭିତରୁ ୧୦୯ ଜଣ ଦୋକାନୀ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।ସେଥିମଧ୍ୟରୁ ୯୨ ଜଣ ଏଗ୍ରିମେଣ୍ଟ ଦସ୍ତଖତ କରିଛନ୍ତି। ପାଖାପାଖି ୫୦ ଜଣ ଦୋକନାଘର ଦଖଲ ନେଇଛନ୍ତି। ଦୋକାନ ଇଣ୍ଟରିୟର କାମ ସେମାନେ ସାରି ନଥିବାରୁ ଦୋକାନ ଖୋଲିନି।  ପାର୍କିଂ ଫି ଆଦାୟ ପାଇଁ ଯୋଜନା ହେଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।