ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ବସ୍‌ରେ ଆକସ୍ମିକ ଭାବେ ଲାଗିଲା ନିଆଁ

Advertisment
ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ବସ୍‌ରେ ଆକସ୍ମିକ ଭାବେ ଲାଗିଲା ନିଆଁ

ଭୁବନେଶ୍ୱର:  ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଛିଡା ହୋଇଥିବା ଏକ ବସ୍‌ରେ ବୁଧବାର ଅପରାହ୍ନରେ ହଠାତ ନିଆଁ ଲାଗି ଯାଇଛି । ଅଗ୍ନିକାଣ୍ଡରେ ପୂରା ବସଟି ପୋଡ଼ି ଯାଇଛି। ଏହି ବସର ନାମ ଚକାଡୋଳା ବୋଲି ଜଣାପଡ଼ିଛି।

ବସ୍‌ରେ ନିଆଁ ଲାଗିବା ଖବର ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗଙ୍କୁ ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗି ପଡ଼ିଥିଲେ । ତେବେଏହି ଅଗ୍ନିକାଣ୍ଡ କିପରି ଘଟିଥିଲା ତାହାର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ତିନିଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା।

ଭୁବନେଶ୍ବରରୁ କଳାହାଣ୍ଡି ଜିଲ୍ଲାର ମୁଖୀଗୁଡ଼ାକୁ ଯାଉଥିବା ଏହି ବସ୍‌ରେ ହଠାତ ନିଆଁ ଲାଗି ଯାଇଥିଲା। ତେବେ ନିଆଁ ଲାଗିଥିବା ବେଳେ ବସ୍‌ରେ ଯାତ୍ରୀ ନଥିଲେ। ମାତ୍ର ନିଆଁ ଲାଗିବା ସମୟରେ ଅନ୍ୟ ବସ ଏହି ବସ ପାଖରେ ରହିଥିଲା। କିଛି ସମୟ ଲାଗି ବରମୁଣ୍ଡା ବସଷ୍ଟାଣ୍ଡରେ ଭୟର ବାତାବରଣ ଖେଳି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe