ଦାଢ଼ାପାଟଣା ଗ୍ରାମର ମୃତ କରୋନା ସଂକ୍ରମିତ ଯୁବକଙ୍କର ସଂସ୍ପର୍ଶରେ ଆସିଥିବା ୩୬ ଜଣଙ୍କର ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌

ସତ୍ୟନଗରରେ ୪ କରୋନା ମୃତକଙ୍କ ଶବଦାହ

ମୟୂରଭଞ୍ଜ ଜିଲ୍ଲାରେ ହଜାରେ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ଗୋଟାଏ ଦିନରେ ରେକର୍ଡ ସଂଖ୍ୟକ ୭୦ ନୂଆ ପଜିଟିଭ ଚିହ୍ନଟ

Daily Express

ବାରଙ୍ଗ/ତ୍ରିଶୁଳିଆ : ବାରଙ୍ଗ ବ୍ଲକ ଅଧୀନ ଦାଢ଼ାପାଟଣା ଗ୍ରାମର ମୃତ କରୋନା ସଂକ୍ରମିତ ଯୁବକଙ୍କର ସଂସ୍ପର୍ଶରେ ଆସିଥିବା ସମସ୍ତ ୩୬ ଜଣଙ୍କର ସ୍ବାବ୍‌ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାଯାଇଛି। ୨୮ବର୍ଷୀୟ ଉକ୍ତ ସଂକ୍ରମିତ ଯୁବକଙ୍କର ଗତ ୧୧ ତାରିଖରେ ମୃତ୍ୟୁ ହୋଇଥିଲା। ଯୁବକଜଣକ ଭୁବନେଶ୍ବରର ଏକ ଘରୋଇ ସଂସ୍ଥାର ଗାଡ଼ି ଚାଳକ ଥିଲେ। ତେବେ ତାଙ୍କ ସଂସ୍ପର୍ଶରେ ଆସି ଅନ୍ୟମାନେ ସଂକ୍ରମିତ ହୋଇଥିବା ସନ୍ଦେହରେ ବ୍ଲକ ପ୍ରଶାସନ ଓ ଦାଢ଼ାପାଟଣା ସରପଞ୍ଚ ତୁରନ୍ତ ପଦକ୍ଷେପ ନେଇଥିଲେ। ରାତାରାତି ଦାଢ଼ାପାଟଣା ଗ୍ରାମ ଓ ବଜାରକୁ ସିଲ୍‌ କରାଯାଇଥିଲା। ଏତିକିବେଳେ ଉକ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ନିକଟସ୍ଥ କୁହ୍ନେଇପଡ଼ାର ୧୭ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ସ୍ବାବ୍ ରିପୋର୍ଟ ପଜିଟିଭ୍‌ ଆସିବାରୁ ସାଧାରଣ‌ରେ କୋକୁଆ ଭୟ ଖେଳି ଯାଇଥିଲା। ଏବେ ଦାଢ଼ାପାଟଣାର ୩୬ଜଣଙ୍କର ସ୍ବାବ୍ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିବା ବିଡିଓ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି। ଏହି ଖବର ପରେ ଅଞ୍ଚଳବାସୀ ଓ ସ୍ଥାନୀୟ ପ୍ରଶାସନ ଆଶ୍ବସ୍ତ ହୋଇଥିବା ଜଣାଯାଇଛି।

publive-image

ସତ୍ୟନଗରରେ ୪ କରୋନା ମୃତକଙ୍କ ଶବଦାହ
ଭୁବନେଶ୍ବର : ଆଜି ସତ୍ୟନଗର ଶ୍ମଶାନରେ ୪ଜଣ କରୋନା ଆକ୍ରାନ୍ତଙ୍କର ଶବଦାହ ହୋଇଥିବା ‌ଜଣାପଡ଼ିଛି। ଏଥିରୁ ତିନି ଜଣଙ୍କୁ କାଠରେ ପୋଡ଼ା ଯାଇଥିବାବେଳେ ଜଣଙ୍କୁ ବିଦ୍ୟୁତ୍‌ ଚୁଲାରେ ପୋଡ଼ାଯାଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କିମ୍‌ସ କୋଭିଡ୍‌ ହସ୍ପିଟାଲରେ ଆଜି ତିନି ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସମସ୍ତେ ଗଞ୍ଜାମ ଜିଲ୍ଲାର। ଅନ୍ୟ ଜଣଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ।

ଅପରପକ୍ଷରେ ନୟାଗଡ଼ର ଜଣେ ବ୍ୟକ୍ତି କରୋନାରେ ୨୦ଦିନ ତଳେ ମୃତ୍ୟୁବରଣ କରିଥିବାବେଳେ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି। ତେଣୁ ଏହି ୪ ଜଣଙ୍କର କରୋନା ଜନିତ ମୃତ୍ୟୁ ନେଇ କେବେ ଘୋଷଣା ହେଉଛି ତାହାକୁ ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe