ବାରଙ୍ଗ କାର୍ତ୍ତିକେଶ୍ୱରଙ୍କ ଭସାଣ ଉତ୍ସବ : ମେଲାଣି ନେଲେ ୧୫ ମେଢ଼

ପାର୍ବଣ ଋତୁ ପାଇଁ ଗାଇଡ୍‌ଲାଇନ୍: ପୂଜା ହେବ, ଦର୍ଶନ ମନା

ବାରଙ୍ଗ: ବାରଙ୍ଗ କାର୍ତ୍ତିକେଶ୍ୱର ପୂଜାର ଭସାଣ ଉତ୍ସବ ଆରମ୍ଭ ହୋଇଯାଇଛି। ଦୁଇ ଦନ ଧରି ହେବାକୁ ଥିବା ଏହି ଭସାଣ ଉତ୍ସବର ପ୍ରଥମ ସନ୍ଧ୍ୟାରେ ଆଜି ମେଲାଣି ନେଇଛନ୍ତି ୧୫ ପୂଜା କମିଟର ମେଢ଼। ନିଷ୍ପତ୍ତି ଅନୁଯାୟୀ ସକାଳୁ ମେଢ଼ ମଣ୍ଡପ ଛାଡ଼ି ପାରମ୍ପରିକ ବାଦ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ସନ୍ଧ୍ୟାରେ ମେଢ଼ଗୁଡ଼ିକ ରଙ୍ଗିନ ଆଲୋକମାଳାରେ ସଜ୍ଜିତ ହୋଇ ମୁଖ୍ୟ ରାସ୍ତାରେ ଧାଡ଼ି ବାନ୍ଧି ଆଗକୁ ବଢ଼ିଥିଲେ। ଭସାଣି ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଦର୍ଶକଙ୍କ ଗହଳି ଜମିଥିଲା।

ଏହି ଅବସରରେ ବାରଙ୍ଗ ଥାନା ପଡ଼ିଆରେ ଆଞ୍ଚଚଳିକ ଶାନ୍ତି କମିଟି ତରଫରୁ ସମ୍ବର୍ଧନା ସଭା ଆୟୋଜନ କରାଯାଇଥିଲା। ମେଢ଼ଗୁଡ଼ିକ ଧାଡ଼ି ବାନ୍ଧି ସେଠାରେ ପହଞ୍ଚିବା ପରେ ଶାନ୍ତି କମିଟି ତରଫରୁ ସଭାପତି ପ୍ରତାପ ଚନ୍ଦ୍ର ପାଣି ଓ ସମ୍ପାଦକ ସୁରେଶ କୁମାର ମହାନ୍ତିଙ୍କ ସମେତ କର୍ମକର୍ତାମାନେ ଫୁଲମାଳ ଓ ଭୋଗ ହାଣ୍ଡି ଦେଇ ସମ୍ବର୍ଧିତ କରିଥିଲେ। ପରେ ମେଢ଼ଗୁଡ଼ିକ ଧାଡ଼ି ବାନ୍ଧି ଡାକ୍ତରଖାନା ଛକ ଦେଇ ସୀତାରାମ ବଜାରରେ ପହଞ୍ଚିଥିଲେ। ସେଠାରେ ସୀତାରାମ ବଜର ମେଢ଼ ତରଫରୁ ସମ୍ବର୍ଧିତ ହେବା ପରେ ମେଢ଼ଗୁଡ଼ିକ ପୁରୀ ମୁଖ୍ୟ କେନାଲ ବ୍ରିଜ୍‌ ନିକଟରେ ପହଞ୍ଚିଥିଲେ। କ୍ରମାନ୍ଵୟରେ ଦାଢ଼ାପାଟଣା ମହାବୀର କମିଟି, ଆଦିବାସୀ ସାହି ମଙ୍ଗଳା କମିଟି, ମଧୁବନ, କଣ୍ଟାପଟଣା, ଶ୍ରୀବନ୍ତପୁର, ବଚ୍ଛିପୁରର, କୁସିନ୍ଦା, ଫକୀରପଡ଼ା, ତ୍ରିଶୂଳିଆ, କୃଷ୍ଣଚନ୍ଦ୍ରପୁର, ମୁଣ୍ଡମୁହାଣ ଓ ନରଣପୁରର କମିଟି ମୂର୍ତ୍ତି ବିସର୍ଜନ କରାଯାଇଥିଲା। କଟକ ଗ୍ରାମାଞ୍ଚଳ ଏସିପି ନିମାଇଁ ଚରଣ ସେଠୀଙ୍କ ତତ୍ତ୍ୱାବଧାନରେ ବାରଙ୍ଗ ଥାନା ଆଇଆଇସି ଯତୀନ୍ଦ୍ର ନାଥ ସେଠୀଙ୍କ ସମେତ ୧୦ ପୁଲିସ ଅଧିକାରୀ ଓ ୧୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ତେବେ ଚଳିତ ବର୍ଷ ନିଶାଠାରୁ ଦୂରେଇ ରହି ଯେଉଁ କମିଟି ଶାନ୍ତି ଓ ଶୃଙ୍ଖଳାର ସହିତ ଭସାଣ ଉତ୍ସବ ପାଳନ କରିବ ସେହି ପୂଜା କମିଟିକୁ ଉଭୟ କଟକ ଓ ଭୁବନେଶ୍ୱର କମିସନରେଟ୍‌ ପୁଲିସ ତଫରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯିବାକୁ ଘୋଷଣା କରାଯାଇଛି। ସୋମବାର ଦ୍ୱିତୀୟ ପର୍ଯାୟ ଭସାଣ ଉତ୍ସବ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe