ନବୀକରଣ ପାଇଁ ଶାନ୍ତିସ୍ତୂପ ଚାରିପାର୍ଶ୍ବରେ ବ୍ୟାରିକେଡ୍‌

Advertisment
ନବୀକରଣ ପାଇଁ ଶାନ୍ତିସ୍ତୂପ ଚାରିପାର୍ଶ୍ବରେ ବ୍ୟାରିକେଡ୍‌

ଧଉଳିଗିରି ( ଫଟୋ; ବିଭୂତି)

ଧଉଳି: ଓବିସିସ ପକ୍ଷରୁ ଗତକାଲିଠାରୁ ଧଉଳି ଶାନ୍ତିସ୍ତୂପରେ ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଶାନ୍ତିସ୍ତୂପର ଚାରିପଟକୁ ଷ୍ଟିଲ କଙ୍କ୍ରିଟ୍‌ ଭାରାରେ ଘେରା ଯାଇଛି। ଶାନ୍ତିସ୍ତୂପର ପାହାଚଠାରୁ ଉପର ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ କରାଯାଇଛି। ମରାମତି କାର୍ଯ୍ୟ ସରିବା ପର୍ଯ୍ୟନ୍ତି ପର୍ଯ୍ୟଟକମାନେ ଶାନ୍ତିସ୍ତୂପ ଉପରକୁ ଯାଇ ପାରିବେ ନାହିଁ। ମରାମତି କାମ ଚାଲିଥିବା ବେଳେ ଧଉଳି ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଏହାର ପରିସର ଅଥବା ବାହାର ପାର୍ଶ୍ବରେ ରହି ଶାନ୍ତିସ୍ତୂପ ଦେଖିବାରେ କିଛି ସମସ୍ୟା ନାହିଁ। ପର୍ଯ୍ୟଟକମାନେ ଶାନ୍ତିସ୍ତୂପ ପଛପଟେ ଥିବା ଧବଳେଶ୍ବର ମନ୍ଦିର ଦର୍ଶନ କରିପାରି‌ବେ। ଏଣିକି ନିୟମିତ ଭାବେ ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ରଶ୍ମିରଞ୍ଜନ ସାହୁ ସୂଚନା ଦେଇଛନ୍ତି। ସେହିପରି ଧଉଳିଗିରିରେ ସଂରକ୍ଷିତ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିବାରେ କୌଣସି ଅସୁବିଧା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe