ଗୋଡ଼ରୁ ଖୋଲାଗଲା ପ୍ଲାଷ୍ଟର୍‌, ଷ୍ଟିଚ୍‌

Advertisment

ଜନ୍ମଗତ ପାଦ ବିକୃତି ଥିବା ୧୯ ପିଲାଙ୍କ ସଫଳ ଅସ୍ତ୍ରୋପଚାର

ଜନ୍ମଗତ ପାଦ ବିକୃତି ଥିବା ୧୯ ପିଲାଙ୍କ ସଫଳ ଅସ୍ତ୍ରୋପଚାର

ଗୋଡ଼ରୁ ଖୋଲାଗଲା ପ୍ଲାଷ୍ଟର୍‌, ଷ୍ଟିଚ୍‌

ଖୋର୍ଧା: ଖୋର୍ଧା ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ଅଧିକାର-ସର୍ବଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମିଳିତ ଆନୁକୂଲ୍ୟରେ ଗତ ଅକ୍ଟୋବର ୧୪ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମଥର ପାଇଁ ୧୯ଜଣ ଜନ୍ମଗତ ପାଦବିକୃତି ପିଲାଙ୍କ ପାଇଁ ମାଗଣାରେ ଅସ୍ତ୍ରୋପଚାର କରାଯାଇଥିଲା। ଆଜି ସେମାନଙ୍କ ଗୋଡ଼ରୁ ପ୍ଲାଷ୍ଟର ଓ ଷ୍ଟିଚ୍‌ ଖୋଲାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି। ସେମାନଙ୍କୁ ଆଜି ସର୍ଜିକାଲ ଜୋତା ପ୍ରଦାନ କରାଯାଇଥିବା ବେଳେ ଆସନ୍ତା ୭ଦିନ ପାଇଁ ମାଗଣାରେ ଫିଜିଓଥେରାପି ସୁବିଧା ମିଳିବ।

କଟକ ଓଲଟପୁରଠାରେ ଥିବା ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ନିବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥା (ଏସଭି ନିତାର)ର ବରିଷ୍ଠ ନିସ୍ତେଜକ ଡାକ୍ତର କିଶୋର ମହାପାତ୍ରଙ୍କ ନେତୃତ୍ଵରେ ୧୦ ଜଣିଆ ଏକ ବିଶେଷଜ୍ଞ ଦଳ ଗତ ଅକ୍ଟୋବର ୧୪ତାରିଖରେ ଏହି ଅସ୍ତ୍ରୋପଚାର କରିଥିଲେ। କନ୍ଧମାଳ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ଅଧିକାରୀ ଅକ୍ଷୟ କୁମାର ପଣ୍ଡାଙ୍କ ଉଦ୍ୟମ ଓଏସଭି ନିତାରର ବିଶେଷଜ୍ଞ ଦଳର ଦିନତମାମ ପ୍ରଚେଷ୍ଟା ଫଳରେ ୧୯ଜଣ ଜନ୍ମଗତ ପାଦ ବିକୃତି ପିଲାଙ୍କ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଥିଲା। ଆଜି ମଧ୍ୟ କନ୍ଧମାଳ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ)ର ମ୍ୟାନେଜର ଅନୀତା ରାଉତ, ନିରତାରର ୱାକୁବ୍‌ ଅଲ୍ଲୀ, ସୋନାଲି ପ୍ରିୟଦର୍ଶନୀ, ଚନ୍ଦ୍ରଶେଖର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଜନ୍ମଗତ ପାଦ ବିକୃତିମୁକ୍ତ ଓଡ଼ିଶା ତାଙ୍କର ଲକ୍ଷ୍ୟ ବୋଲି କନ୍ଧମାଳ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ଅଧିକାରୀ ଅକ୍ଷୟ କୁମାର ପଣ୍ଡା କହିଛନ୍ତି। ଏଥିପାଇଁ ସେ ବିଭିନ୍ନ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅବ୍ୟାହତ ରଖିଛନ୍ତି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe