ବରିଷ୍ଠ ନାଗରିକଙ୍କ ବସନ୍ତ ଉତ୍ସବ

ବରିଷ୍ଠ ନାଗରିକଙ୍କ ବସନ୍ତ ଉତ୍ସବ

ଭୁବନେଶ୍ୱର: ନୀଳାଦ୍ରିବିହାରସ୍ଥିତ ଗ୍ରାଣ୍ଡ ଲୁମ୍ବିନୀ ହଲରେ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସଭାପତି ବରିଷ୍ଠ ଆଇନଜୀବୀ ଡ. ମଧୁମାଧବ ଜେନାଙ୍କ ସଭାପତିତ୍ବରେ ବସନ୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ବରିଷ୍ଠ ନାଗରିକମାନେ ରାଷ୍ଟ୍ରର ପଥପଦର୍ଶକ। ସେମାନେ ସୁସ୍ଥ ରୁହନ୍ତୁ ଓ ପାରିବାରିକ ବିବାଦର ସମାଧାନରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତୁ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଡ. ହାସନ୍‌ ଖାଁ, ପ୍ରଫେସର୍‌ ଡ. କାର୍ତ୍ତିକ କୁମାର ଦାସ, ପୂର୍ବତନ ପ୍ରଶାସକ ଦୋଳଗୋବିନ୍ଦ ତ୍ରିପାଠୀ, ବିଶିଷ୍ଟ ଶିକ୍ଷାବିତ୍‌ ପୁଷ୍ପଶ୍ରୀ ମହାପାତ୍ର ପ୍ରମୁଖ ବସନ୍ତ ଉତ୍ସବ ଉପରେ ଆଲୋକପାତ କରିଥିଲେ। ଡ. ଗୌରବ ନାୟକ ବରିଷ୍ଠ ନାଗରିକମାନଙ୍କ ଫୁସଫୁସ୍‌ ଜନିତ ରୋଗର କାରଣ ଓ ଏହାର ନିରାକରଣ ସମ୍ବନ୍ଧରେ ସଚେତନ କରାଇଥିଲେ।

ସଂଘର ସାଧାରଣ ସଂପାଦକ ରୋଟାରିଆନ୍‌ ଯୁଗଳ କିଶୋର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ଆଶାଲତା ରାଉତରାୟ ଗୀତା ପାଠ କରିଥିଲେ। ଆଇନଜୀବୀ ସମରେନ୍ଦ୍ର ସାହୁ, ଜରାନିବାସର ବିଜୟ ପାତ୍ର, ଜିତେନ୍ଦ୍ର ପାତ୍ର, ପ୍ରଭାକର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉପସଭାପତି ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe