ଜଟଣୀ କୁଦିଆରୀ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା : ମହାନବମୀରେ ‘କୁମାରୀ ପୂଜା’

Advertisment
ଜଟଣୀ କୁଦିଆରୀ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା : ମହାନବମୀରେ ‘କୁମାରୀ ପୂଜା’

ଜଟଣୀ : ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରୀ ଗ୍ରାମରେ ଥିବା ମା’ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ନବରାତ୍ର ମହୋତ୍ସବ ଅବସରରେ ନ’ ଦିନରେ ନଅ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ। ଆଜି ମହାନବମୀ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ମା’ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଇଥିଲେ। ଏହି ଅବସରରେ ପାରମ୍ପରିକ ରୀତିନୀତି ଅନୁଯାୟୀ କୁମାରୀ ପୂଜା ଦେଖିବା ଶ୍ରଦ୍ଧାଳୁମାନଙ୍କ ଭିଡ଼ଜମିଥିଲା। ୯ଜଣ କୁମାରୀ କନ୍ୟାଙ୍କୁ ୯ ବେଶରେ ସଜ୍ଜିତ କରାଯାଇ ମା’ଙ୍କ ଜୀବନ୍ତ ସ୍ୱରୂପ ରୂପେ ପୂଜାର୍ଚନା କରାଯାଇଥିଲା। କର୍ତା ରୂପେ ଅଭିରାମ କର ଓ ତାଙ୍କ ପତ୍ନୀ ସ୍ୱର୍ଣ୍ଣଲତା କର ୯ଦିନ ପାଇଁ ଦାୟିତ୍ୱ ତୁଲାଇଥିବାବେଳେ ମୁଖ୍ୟପୂଜକ ରୂପେ ମନୋରଂଜନ ପଣ୍ଡା ଯୋଗ ଦେଇଥିଲେ।

publive-image

ମନ୍ଦିର ପରିଚାଳନା ସମିତିର ସଂପାଦକ ଲକ୍ଷ୍ମୀଧର ମହାନ୍ତି ଓ ବିଶିଷ୍ଟ ଶ୍ରମିକ ନେତା ପ୍ରମୋଦ ସାହାଣୀଙ୍କ ତତ୍ୱାବଧାନରେ ଅଶୋକ ଦାସ, ଚନ୍ଦ୍ରଶେଖର ପଣ୍ଡା, ବାଉରୀବନ୍ଧୁୁ ସାହାଣୀ, ଭାଗୀରଥି ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହାଣୀ, ସୁରେଶ ଚନ୍ଦ୍ର ହୋତା, ସତୀଶ ପରିଡ଼ା, ତ୍ରିନାଥ ପାଟ୍ଟଶାଣୀ, କୃତ୍ତିବାସ ପୃଷ୍ଟି ଏବଂ ବିଜୟ ରାଜା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ସଂପାଦକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଆସନ୍ତାକାଲି ଅନୁଷ୍ଠିତ ହେଉଥିବା ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ପର୍ବ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe