ଏଟିଏମ୍‌ରୁ ବ୍ୟାଟେରି ଚୋରି, ଜଣେ ଗିରଫ

Advertisment
ପିଆରଏମ ଅଧୀକ୍ଷକଙ୍କୁ ଆକ୍ରମଣ ଘଟଣା: ପୁଣି ୩ ମହିଳା ଗିରଫ, ଏଯାବତ ୭ ଜଣ ଗିରଫ ହେଲେଣି

Image Courtesy of Hindustan Times

ପୁରୁଣା ଭୁବନେଶ୍ୱର: ଏଟିଏମ୍‌ରୁ ବ୍ୟାଟେରି ଚୋରି କରିଥିବା ଅଭିଯୋଗରେ ଆଜି ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣେ ଯୁବକକୁ କୋର୍ଟ ଚାଲାଣ କରିଛି। ସେ ହେଲେ, ପୁରୁଣା ଭୁବନେଶ୍ବର ଗୋଡ଼ିପୋଖରୀ ସାହିର କୃପାସିନ୍ଧୁ ମହାପାତ୍ର ଓରଫ୍‌ ଲୁଲୁ(୨୯)। ପୁଲିସ ସୂଚନା ଅନୁଯାୟୀ, ଗ୍ୟାରେଜ୍‌ ଛକ ନିକଟ ଦିବ୍ୟବିହାରରେ ଥିବା ଏକ ଏଏଟିଏମ୍‌ରୁ ଲୁଲୁ ବ୍ୟାଟେରି ଚୋରି କରି ଖାରବେଳନଗର ଅଞ୍ଚଳର ଏକ ସ୍କ୍ରାପ୍‌ ଦୋକାନରେ ବିକ୍ରି କରିଥିଲା। ଏହି ଚୋରି ବାବଦରେ ଏଟିଏମ୍‌ ଅଫିସର ଜିତେନ୍ଦ୍ର ବେହେରା ଥାନାରେ ଅଭିଯୋଗ କରିଥିଲେ। ସିସିଟିଭି ଫୁଟେଜ୍‌କୁ ଆଧାର କରି ପୁଲିସ ଲୁଲୁକୁ ଗିରଫ କରିବା ସହ ବ୍ୟାଟେରି ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe