ଧରାପଡ଼ିଲା ବ୍ୟାଟେରି ଚୋର ଗ୍ୟାଙ୍ଗ: ୩ ଗିରଫ, ୩ ଗାଡ଼ି, ୧୨ ବ୍ୟାଟେରି, ୫ ମୋବାଇଲ ଫୋନ୍ ଜବତ

Advertisment
ପତ୍ନୀହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

IMGBIN.com

ଭୁବନେଶ୍ବର,୧୯/୮(ଇମିସ): ମଞ୍ଚେଶ୍ବର ପୁଲିସ ହାତରେ ତିନିଜଣିଆ ବ୍ୟାଟେରି ଚୋର ଗ୍ୟାଙ୍ଗ ଧରାପଡ଼ିଛି। ଗ୍ୟାଙ୍ଗ ସଦସ୍ୟଙ୍କ ଠାରୁ ୩ଟି ଗାଡ଼ି, ୧୨ଟି ଗାଡ଼ି ବ୍ୟାଟେରି ଓ ୫ଟି ଦାମୀ ମୋବାଇଲ ଫୋନ୍ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ହିମାଂଶୁ ମାଝୀ, ଧଉଳି ନୂଆଗାଁ ଅଞ୍ଚଳରେ ରହୁଥିବା ରାଜୀବ କୁମାର ଦାସ ଓ ଭୋଟପଡ଼ାର ଗୋବିନ୍ଦ ଓରଫ୍ ଅମର ପ୍ରଧାନ।

ପୁଲିସ ସୂଚନା ଅନୁସାରେ, ଗତକାଲି ରାତିରେ ପାଟ୍ରୋଲିଂ ବେଳେ ରଙ୍ଗମାଟିଆରୁ ଚକେଇସିଆଣିକୁ ଚୋରା ବ୍ୟାଟେରି ଚାଲାଣ ହେଉଥିବା ନେଇ ଖବର ପହଞ୍ଚିଥିଲା। ପାଟ୍ରୋଲିଂ ଟିମ୍ ଏସ୍.କେ ଛକ ନିକଟରେ ଜଗି ରହିଥିଲା। କିନ୍ତୁ ଚୋରମାନେ ପୁଲିସକୁ ଦେଖି ରସୁଲଗଡ଼ ଆଡ଼େ ଫେରାର ହେବାକୁ ଚେଷ୍ଟା କରିଥିଲେ। ପୁଲିସ ସେମାନଙ୍କୁ ପିଛା କରି ଧରିଥିଲା। ସୂଚନାଯୋଗ୍ୟ, ମଞ୍ଚେଶ୍ବର ଅଞ୍ଚଳରେ ବ୍ୟାଟେରି ଚୋର ସକ୍ରିୟ ରହିଛନ୍ତି। ଗତ କିଛି ମାସ ତଳେ ଏକ ଆନ୍ତରାଜ୍ୟ ବ୍ୟାଟେରି ଚୋରା ଚାଲଣ ଗ୍ୟାଙ୍ଗର ପର୍ଦାଫାସ୍ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe