ବୟାଳିଶ ସମାଜ ମହୋତ୍ସବ

Advertisment
ବୟାଳିଶ ସମାଜ ମହୋତ୍ସବ

ପୁରୁଣା ଭୁବନେଶ୍ବର/ଧଉଳି: ‘ବୟାଳିଶ କମ୍ୟୁନିଟି ୱେଲ୍‌ଫେୟାର୍‌ ସୋସାଇଟି’ ପକ୍ଷରୁ ଜୟପୁର ମେଳଣ ପଡ଼ିଆରେ ‘ବୟାଳିଶ ସମାଜ ମହୋତ୍ସବ’ ପାଳିତ ହୋଇଯାଇଛି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ବିଏମସି ମେୟର ସୁଲୋଚନା ଦାସ, ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରରାୟ, କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ଏବଂ ସରପଞ୍ଚ ଅନିତା ସୁବୁଦ୍ଧି, କ୍ଷୀରୋଦ ପ୍ରଧାନ ଓ ଜୟନ୍ତୀ ବିଶ୍ବାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ଥିଲେ ଶିଳ୍ପୀଗୁରୁ ପ୍ରଭାକର ମହାରଣା, ଗବେଷକ ସନ୍ତୋଷ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ମିଶ୍ର ଏବଂ କଥାକାର ଅଜୟ ସ୍ୱାଇଁ। ସ୍ଥାନୀୟ ଅଞ୍ଚଳର କଳାସଂସ୍କୃତି ଓ ଇତିହାସକୁ ଉଜ୍ଜୀବିତ କରି ରଖିବା ଏହି ମହୋତ୍ସବ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

ଲୋକପ୍ରିୟ କଣ୍ଠଶିଳ୍ପୀ ଅଭିଜିତ୍ ମଜୁମ୍‌ଦାର ସଂଗୀତ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲେ। ଏହି ଅବସରରେ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ଲକ୍ଷ୍ମୀଧର ମହାପାତ୍ର, ମହେଶ ନନ୍ଦ ଏବଂ ମାଧବାନନ୍ଦ ବେହୁରାଙ୍କୁ ଧଉଳି ସାମ୍ବାଦିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ‘ବୟାଳିଶ କମ୍ୟୁନିଟି ୱେଲ୍‌ଫେୟାର ସୋସାଇଟି’ର ସଭାପତି ନିରଞ୍ଜନ ରାଉତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଅକ୍ଷୟ ସ୍ବାଇଁ ବିବରଣୀ ପାଠ କରିଥିଲେ। ସମ୍ପାଦକ ମନୋଜ ଖଟୁଆ, ସୂର୍ଯ୍ୟକାନ୍ତ ସାହୁ, ସନ୍ତୋଷ ବେହେରା ଓ ଲିଙ୍ଗରାଜ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଉଦ୍‌ଘୋଷିକା ସୁଲଗ୍ନା ରାଉତରାୟ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe