ଭୁବନେଶ୍ୱର: ସାଲିଆସାହି ମାରଣାନ୍ତକ ଆକ୍ରମଣରେ ଜଣେ ଆହତ

Advertisment
ଭୁବନେଶ୍ୱର: ସାଲିଆସାହି ମାରଣାନ୍ତକ ଆକ୍ରମଣରେ ଜଣେ ଆହତ

ଭୁବନେଶ୍ୱର: ଶନିବାର ମଧ୍ୟ ରାତ୍ରିରେ ସ୍ଥାନୀୟ ସାଲିଆସାହି ଅନ୍ତର୍ଗତ ସାହୁ ସାହିରେ ଜଣେ ବ୍ୟକ୍ତିଙ୍କୁ ମାରଣାନ୍ତକ ଆକ୍ରମଣ କରାଯାଇଛି।
ଆକ୍ରମଣକାରୀମାନେ କଟୁରି, ଫାର୍ସା ଆଦି ଅସ୍ତ୍ରରେ କୃଷ୍ଣଚନ୍ଦ୍ର ସାହୁଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଛନ୍ତି। ତାଙ୍କୁ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରିବାକୁ ଆସିଥିବା ବିରଞ୍ଚି ସାହୁ ଓ ତାଙ୍କ ମାଆ ମଧ୍ୟ ଆହତ ହୋଇଛନ୍ତି।

ଏତଲାରେ କୃଷ୍ଣଚନ୍ଦ୍ରଙ୍କର ପତ୍ନୀ ଦର୍ଶାଇଛନ୍ତି କି, ତାଙ୍କ ସ୍ୱାମୀ ନିଜର ବ୍ୟବସାୟ ସାରି ରାତି ପ୍ରାୟ ୧୨ଟା ବେଳେ ଘରକୁ ଫେରୁଥିବା ସମୟରେ ଜଣେ ପଡ଼ୋଶୀ ସପରିବାର କଟୁରି, ଫାର୍ସା ଏବଂ ବାଡ଼ିରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ।

ଖବର ପାଇ ନୟାପଲ୍ଲୀ ପୁଲିସ ଆହତମାନଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌କୁ ନେଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ରେଫର କରିଛନ୍ତି।

ତିନି ଜଣ ଆକ୍ରମଣକାରୀଙ୍କୁ ନୟାପଲ୍ଲୀ ଥାନାରେ ଅଟକ ପୁଲିସ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe