ଭୁବନେଶ୍ବର: ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡ୍‌ରେ ହଣାକଟା, ଜଣେ ଗୁରୁତର

Advertisment
ଭୁବନେଶ୍ବର: ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡ୍‌ରେ ହଣାକଟା, ଜଣେ ଗୁରୁତର

ଭୁବନେଶ୍ବର: ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ହଣାକଟା ହୋଇ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଦୁଇ ଜଣ ବସ୍‌ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜିବାରୁ ଏହା ଧୀରେ ଧୀରେ ହଣାକଟାର ରୂପ ନେଇଥିଲା। ଜଣେ ଉତ୍ତ୍ୟକ୍ତ କର୍ମଚାରୀଙ୍କ ଆକ୍ରମଣରେ ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳରେ ଭରତପୁର ଥାନା ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଜାଣିବାକୁ ମିଳିଛି ଯେ ଭୁବନେଶ୍ବରରୁ ଗଞ୍ଜାମକୁ ଯାଉଥିବା  ବାବାମଣି ଓ ଦିଲ୍‌ଦାର ବସ୍‌ ମଧ୍ୟରେ ଗଣ୍ଡଗୋଳ ଉପୁଜିଥିଲା। ଦିଲ୍‌ବର୍‌ ବସ୍‌ କର୍ମଚାରୀଙ୍କ ଆକ୍ରମଣରେ ବାବାମଣି ବସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଭରତପୁର ଥାନା ପୁଲିସ୍‌ ଦିଲ୍‌ବର୍‌ ବସ୍‌ର ୨ ଜଣ କର୍ମଚାରୀଙ୍କୁ ଅଟକ ରଖିଛି।

ଏ ନେଇ ବସ ମାଲିକ ସଂଘର ସାଧାରଣ ସଂପାଦକ ବରଦା ପ୍ରସନ୍ନ ଆଚାର୍ଯ୍ୟ ନିଜର ମତ ରଖି କହିଛନ୍ତି ଯେ ‘ଭୁବନେଶ୍ବର ବସ୍‌ ମାଲିକ ସଂଘ କେବେ ବି ଅସାମାଜିକ କାର୍ଯ୍ୟ ଓ ଗଣ୍ଡଗୋଳକୁ ପ୍ରଶ୍ରୟ ଦେବ ନାହିଁ। ଯେଉଁମାନେ ଅସାମାଜିକ କାର୍ଯ୍ୟ କରିବେ ପୁଲିସ୍‌ ସେମାନଙ୍କୁ ଯାହା ଦଣ୍ଡ ଦେବ ପୁଲିସ୍‌ ତାହାକୁ ସ୍ବୀକାର କରିବ ଓ ସମ୍ମାନ ଦେବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe