ଭୁବନେଶ୍ୱର: ଅକ୍ଟୋବର ୨ରୁ ରାଜ୍ୟର ୫ଟି ମହାନଗର ନିଗମ ସମେତ ପୁରୀରେ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ ହେବାକୁ ଥିବା ବେଳେ ବିଡିଏ ପକ୍ଷରୁ ଆଜିଠାରୁ ଏନେଇ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଡିଏ ଆଜି ୩୬ତମ ପ୍ରତିଷ୍ଠା ଦିବସ ପାଳନ କରିଥିବା ବେଳେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ କାଗଜରେ ପ୍ରସ୍ତୁତ ଫାଇଲ୍, ଫୋଲ୍ଡର, ପାଣି ବୋତଲ ବଦଳରେ ଗ୍ଲାସ୍ରେ ପାଣି ଦିଆଯାଇଥିଲା। ଏହାବାଦ୍ ଆଜି ବିଡିଏ ଅଧୀନ ପାର୍କ ଓ ମାର୍କେଟ୍ କମ୍ପ୍ଲେକ୍ସରେ ପ୍ଲାଷ୍ଟିକ୍ ନିଷେଧ କରିବାକୁ ନିଷ୍ପତ୍ତି ହୋଇଥିବାରୁ ବିଡିଏର ଦୁଇଟି ଏନଫୋର୍ସମେଣ୍ଟ ସ୍କ୍ଵାଡ୍ ଫରେଷ୍ଟ ପାର୍କରେ ଲୋକଙ୍କୁ ପରିବେଶ ଉପରେ ପ୍ଲାଷ୍ଟିକର କୁପ୍ରଭାବ ଉପରେ ସଚେତନ କରାଇଥିଲେ। ପ୍ଲାଷ୍ଟିକ୍ ଓ ପଲିଥିନ୍ ବଦଳରେ ଠୁଙ୍ଗା ଏବଂ କପଡ଼ା ବ୍ୟାଗ୍ ବ୍ୟବହାର କରିବାକୁ କହିଥିଲେ। ଏହାସହ କେତେକ ଲୋକଙ୍କୁ କପଡ଼ା ବ୍ୟାଗ୍ ବଣ୍ଟା ଯାଇଥିଲା। ବିଡିଏ ସହ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଭ୍ ଦି ଆର୍ଥ ଫାଉଣ୍ଡେସନ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଆଗାମୀ ଦିନରେ ବିଡିଏ ଅଧୀନ ସମସ୍ତ ପାର୍କ ଏବଂ ମାର୍କେଟ କମ୍ପ୍ଲେକ୍ସରେ ଲୋକଙ୍କୁ, ବ୍ୟବସାୟୀଙ୍କୁ ସଚେତନ କରାଯିବ ବୋଲି କୁହାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us