ବିଡିଏ ପାଳିଲା ୩୬ତମ ପ୍ରତିଷ୍ଠା ଦିବସ: ସହରାଞ୍ଚଳ ବନ୍ୟାର ସମାଧାନ ହେବା ଦରକାର

ବିଡିଏ ପାଳିଲା ୩୬ତମ ପ୍ରତିଷ୍ଠା ଦିବସ: ସହରାଞ୍ଚଳ ବନ୍ୟାର ସମାଧାନ ହେବା ଦରକାର

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଆଜି ନିରାଡ଼ମ୍ବର ଭାବେ ୩୬ତମ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି। ଏନେଇ ବିଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତି, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ରାଜଧାନୀରେ ସହରାଞ୍ଚଳ ବନ୍ୟା ଏବେ ପ୍ରମୁଖ ସମସ୍ୟା ପାଲଟିଥିବାରୁ ଏହାର ସମାଧାନ ହେବା ଦରକାର। ଏଥିପାଇଁ ନାଗରିକମାନଙ୍କୁ ସଚେତନ ହେବା ସହ କର୍ତ୍ତୃପକ୍ଷଙ୍କୁ ସମୟ ଉପଯୋଗୀ ପଦକ୍ଷେପ ନେବାକୁ ଅତିଥିମାନେ କହିଥିଲେ। ଏହି ଅବସରରେ ଅତିଥିମାନେ ବିଡିଏର ବାର୍ଷିକ ରିପୋର୍ଟ-୨୦୧୮ ଲୋକାର୍ପଣ କରିଥିଲେ। ଗତ ଦଶମ ପରୀକ୍ଷାରେ ୯୦% ଅଧିକ ମାର୍କ ରଖିଥିବା ବିଡିଏ କର୍ମଚାରୀଙ୍କ ପିଲାମାନଙ୍କୁ ସଂସ୍କୃତି ମନ୍ତ୍ରୀ ପୁରସ୍କୃତ କରିଥିଲେ। ଏଥିରେ ଅଶ୍ରିତା ଦାସ, ସମତା ସୌମ୍ୟଦର୍ଶିନୀ, ମନୀଷ କୁମାର ଦାସ, ତିଷା ପୁଣ୍ୟତୟା, ସ୍ୱର୍ଣ୍ଣମୟୀ ବେହେରା ଏବଂ ମୋନାଲିକା ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। ବିଡିଏ ଉପାଧ୍ୟକ୍ଷ ବିଡିଏର ବାର୍ଷିକ ବିବରଣୀ ପାଠ କରିବା ସହ ବିଡିଏ, ଭୁବନେଶ୍ୱର ଅର୍ବାନ୍‌ ନଲେଜ୍‌ ସେଣ୍ଟର୍‌ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଅତିରିକ୍ତ କମିସନର୍‌ ଭବାନୀ ଶଙ୍କର ଚଇନି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧୁମିତା ରଥ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe