ଆଜି ଖୋଲିବ ବିଡିଏ ସିଟି ସେଣ୍ଟର: ପ୍ରଥମ ଦିନ ମାଗଣା, ପରେ ୧୦୦ଟଙ୍କା ଟିକେଟ୍‌

Advertisment
ଆଜି ଖୋଲିବ ବିଡିଏ ସିଟି ସେଣ୍ଟର: ପ୍ରଥମ ଦିନ ମାଗଣା, ପରେ ୧୦୦ଟଙ୍କା ଟିକେଟ୍‌

Telegraph India

ଭୁବନେଶ୍ବର : ବାତ୍ୟା ଫନିରେ ଧ୍ବଂସ୍ତବିଧ୍ବଂସ୍ତ ହୋଇଯାଇଥିବା ବିଡିଏ ସିଟି ସେଣ୍ଟର ଏବେ ନୂଆ ରୂପ ପାଇଛି। ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚରେ ପାର୍କକୁ ବିଡିଏ ନୂଆ ରୂପ ଦେଇଛି। ଆଉ କିଛି କାମ ବାକି ଥିଲେ ହେଁ ରାଜ୍ୟର ଏହି ଏକମାତ୍ର ଥିମ୍‌ ପାର୍କକୁ ଶିଶୁ ଦିବସ ଅବସରରେ ଅର୍ଥାତ୍ ଗୁରୁବାର ଖୋଲିବାକୁ ବିଡିଏ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଏହି ପାର୍କକୁ ଆସିବାକୁ ଥିବା ପିଲାଙ୍କୁ କୌଣସି ଦେୟ ଦେବାକୁ ପଡ଼ିବନି। କିନ୍ତୁ ଶୁକ୍ରବାର ଠାରୁ ଟିକେଟ୍ କାଟି ଭିତରେ ପ୍ରବେଶ କରିବାକୁ ପଡ଼ିବ। ପ୍ରତି ଟିକେଟ ପିଛା ପୂର୍ବରୁ ୧୫୦ଟଙ୍କା ଥିଲେ ହେଁ ଏହାକୁ ୧୦୦ଟଙ୍କା କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ବିଡିଏରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ପିଲାମାନେ ୯ଟି ଖେଳ ଖେଳିପାରିବେ। ସେଗୁଡ଼ିକ ହେଲା ମ୍ୟାରି ଗୋ ରାଉଣ୍ଡ, କ୍ୟାଟର ପିଲାର, ଟଏ ଟ୍ରେନ୍, ପାଇରେଟ୍‌ ସିପ୍, ଟିଲ୍ଟ ଏ ହୁଇଲ୍‌, ଭୋଟେକ୍ସ, ୱାଟର କୋଷ୍ଟର, ମୁନ୍ ରେକର୍ ଏବଂ ବୋଟିଂ ଇତ୍ୟାଦି। ଏବେ ଜୁରାସିକ୍ ଜଙ୍ଗଲ୍‌, ହଣ୍ଟେଡ୍ ହାଉସ୍ ଏବଂ ଗ୍ଲାଇଡର୍ ଖେଳର ସରଞ୍ଜାମ ମରାମତି ଚାଲିଥିବାରୁ ଆଉ କିଛି ଦିନ ପରେ ଏହାକୁ ଖୋଲାଯିବ।
ସେହିପରି ପୂର୍ବରୁ ବିଡିଏ ସିଟି ସେଣ୍ଟର ଯେତିକି ସୁନ୍ଦର ଦେଖାଯାଉଥିଲା ଏବେ ତାହାଠାରୁ ଅଧିକ ସୁନ୍ଦର ଦେଖାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏଥିପାଇଁ ପୂରା ପାର୍କକୁ ଆଲୋକୀକରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe