ଗୋଇଠା ମାଡ଼ରେ ନଣନ୍ଦଙ୍କ ଗର୍ଭ ନଷ୍ଟ ମାମଲା: ଭାଉଜ, ତାଙ୍କ ଭଉଣୀ ଗିରଫ

Advertisment
ଗୋଇଠା ମାଡ଼ରେ ନଣନ୍ଦଙ୍କ ଗର୍ଭ ନଷ୍ଟ ମାମଲା: ଭାଉଜ, ତାଙ୍କ ଭଉଣୀ ଗିରଫ

ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର ଇଶାନେଶ୍ବର ବସ୍ତିର ପୂଜା ନାୟକଙ୍କୁ ଗୋଇଠା ମାରି ତାଙ୍କ ୩ ମାସର ଗର୍ଭ ନଷ୍ଟ କରିଦେଇଥିବା ମାମଲାରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ତାଙ୍କ ଭାଉଜ ଓ ଭାଉଜଙ୍କ ବଡ଼ ଭଉଣୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ପୂଜାଙ୍କ ଭାଉଜ ହେଲେ ଶୁଭଲତା ନାୟକ (୨୫) ଓ ଶୁଭଲତାଙ୍କ ବଡ଼ ଭଉଣୀ ସୁରଭୀ ନାୟକ(୩୫)। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇଦିଆଯାଇଛି। ଘଟଣା ଅନୁଯାୟୀ ପୂଜାଙ୍କ ଇଶାନେଶ୍ବର ବସ୍ତିସ୍ଥିତ ଏକ ଘରକୁ ଭାଉଜ ଶୁଭଲତା ଓ ତାଙ୍କ ଭଉଣୀ ସୁରଭୀ ଭଡ଼ା ଆକାରରେ ନେଇଥିଲେ। ମାତ୍ର ପରେ ଧାର୍ଯ୍ୟ ହୋଇଥିବା ଭଡ଼ା ବାବଦ ଅର୍ଥ ଦେଉନଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା।

ପୂଜା ଘର ଛାଡ଼ିବାକୁ କହିଲେ ବି ସେମାନେ ଜୋର୍‌ କରି ଘରକୁ ମାଡ଼ି ବସିଥିଲେ। ଗତ ଗୁରୁବାର ଦିନ ପୂଜା ଘର ଭଡ଼ା ଟଙ୍କା ମାଗିବା ପାଇଁ ଯାଇଥିଲା ବେଳେ ଭାଉଜ ଶୁଭଲତା ଓ ସୁରଭୀ ମିଶି ପୂଜାଙ୍କୁ ଧକ୍କା ମାରିଥିଲେ। ସେ ତଳେ ପଡ଼ିଯିବା ପରେ ସେମାନେ ତାଙ୍କ ‌ପେଟକୁ ଗୋଇଠା ମାରିଥିଲେ। ତୁରନ୍ତ ତାଙ୍କ ସ୍ବାମୀ ଚିକିତ୍ସା ପାଇଁ ପୂଜାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରେ ପୂଜାଙ୍କ ଗର୍ଭ ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା। ଏନେଇ ସାହି ମୁରବିମାନେ ଉକ୍ତ ଘଟଣାରେ କୌଣସି ସନ୍ତୋଷଜନକ ସମାଧାନ ବାଟ ବାହାର କରିନପାରିନଥିଲେ। ତେଣୁ ପୂଜା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ଦୁଇ ଅଭିଯୁକ୍ତ ମହିଳାଙ୍କୁ ଗତକାଲି ପଚରାଉଚରା କରିବା ପରେ ଆଜି ସେମାନଙ୍କୁ ଆକ୍ରମଣ, ହତ୍ୟା ଉଦ୍ୟମ, ଗର୍ଭନଷ୍ଟ, ଅର୍ଥ ନଦେବା ଭଳି ସଙ୍ଗିନ୍‌ ଦଫାରେ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe