The Hans India
ଭୁବନେଶ୍ବର : ଲୁଟେରା ସନ୍ଦେହରେ ଆଜି ଜଣେ ଯୁବକଙ୍କୁ ନିର୍ଧୁମ ମାଡ଼ ମାରି ଲୋକେ ଖାରବେଳନଗର ଥାନା ପୁଲିସ ଜିମା ଦେଇଛନ୍ତି। ପୁଲିସ ସନ୍ଦିଗ୍ଧ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ତଦନ୍ତ ସରିନଥିବାରୁ ପୁଲିସ ଅଟକ ଯୁବକ ବାବଦରେ କିଛି ସୂଚନା ଦେଇନାହିଁ।
ଗୁରୁବାର ଅପରାହ୍ଣରେ ୟୁନିଟ୍-୩ସ୍ଥିତ ଟ୍ରେଜେରି ଅଫିସ ପଛ ସରକାରୀ କ୍ବାର୍ଟର୍ସ ଅଞ୍ଚଳକୁ ଆସି ଜଣେ ଯୁବକ ଘର ଭଡ଼ା ଖୋଜୁଥିଲେ। ସେ ଜଣେ ବୟସ୍କା ମହିଳାଙ୍କୁ ଏ ବାବଦରେ ପଚାରିଥିଲେ। ନିଜକୁ ଜଣେ ସଫ୍ଟୱେୟାର କମ୍ପାନିର କର୍ମଚାରୀ କହି ସେ ଘର ଭଡ଼ା ଖୋଜୁଥିବା କହିଥିଲେ। ମହିଳାଙ୍କ ସହ ସେ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ କଥା ହୋଇଥିଲେ। ଏତିକିବେଳେ ହଠାତ୍ ଜଣେ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପି ପଳାଇଥିଲା। ମହିଳାଜଣଙ୍କ ପାଟି କରି ବାଇକ୍ ପଛରେ ଗୋଡ଼ାଇଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ଜମା ହୋଇଯାଇଥିଲେ। ସେମାନେ ମହିଳାଙ୍କ ସହ କଥା ହେଉଥିବା ଯୁବକଙ୍କୁ ସନ୍ଦେହ କରି ହଠାତ୍ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ।
Follow Us