ପୁରୁଣା ଭୁବନେଶ୍ବର : ଦୀର୍ଘ ଦିନ ପରେ ଏକାମ୍ର ବିକାଶ ଯୋଜନାରେ ସୌନ୍ଦର୍ଯ୍ୟୀକରଣ କାମ ପୁଣିଥରେ ଆଜିଠାରୁ ଆରମ୍ଭ ହୋଇଛି। ବିଏମ୍ସିର ନୂଆ କମିସନର୍ ଭାବେ ସଂଜୟ ସିଂହ ଯୋଗଦେବା ପରେ ଏହି ଯୋଜନାକୁ ତ୍ବରାନ୍ବିତ କରାଯାଇଛି। ମନ୍ଦିର ଖୋଲିବା ପରେ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ତେଣୁ ମନ୍ଦିରକୁ ସଂଯୋଗ କରୁଥିବା ନୂଆ ୬୦ଫୁଟିଆ ରାସ୍ତାର ମଧ୍ୟ କାମ ଆରମ୍ଭ ହୋଇଛି। କେଦାରଗୌରୀ ଛକରୁ ନୂଆ ଲିଙ୍ଗରାଜ ମାର୍କେଟ୍କୁ ସଂଯୋଗ କରି ଏହି ନୂଆ ରାସ୍ତାକୁ ପ୍ରଥମେ ପ୍ରସ୍ତୁତି କରାଯାଉଛି। ବିଏମ୍ସି ଲ୍ୟାଣ୍ଡ୍ ସେକ୍ସସନ୍ ଏବଂ ଓବିସିସି ପକ୍ଷରୁ ମିଳିତ ଭାବେ ଉକ୍ତ ରାସ୍ତାରେ କିଛି ଜବରଦଖଲ ଉଚ୍ଛେଦ କରାଯିବା ସହ ରାସ୍ତା କଡ଼ରେ ପାଚେରି ତିଆରି ଆରମ୍ଭ ହୋଇଛି। ଏହି ରାସ୍ତାର ପାର୍ଶ୍ବରେ ମାଟି ଧସିବା ସମ୍ଭାବନା ଥିବାରୁ ପ୍ରଥମେ ପାଚେରି କରାଯିବା ପରେ ରାସ୍ତାକୁ ଫେବର୍ ବ୍ଲକ ପକାଯାଇ କରାଯିବ ବୋଲି ଜଣାପଡ଼ିଛି।
ଏକାମ୍ର କ୍ଷେତ୍ରରେ ପୁଣି ଆରମ୍ଭ ହେଲା ସୌନ୍ଦର୍ଯ୍ୟୀକରଣ କାମ
Advertisment
Follow Us