ଲତାରେ ସଜେଇ ହେବ ଭୁବନେଶ୍ବର

Advertisment
ଲତାରେ ସଜେଇ ହେବ ଭୁବନେଶ୍ବର

owtdoor.com

ଭୁବ‌େନଶ୍ବର : ପର୍ଯ୍ୟଟନ ଋତୁ ପୂର୍ବରୁ ରାଜଧାନୀର ଫ୍ଲାଏଓଭର ତଳ, ଫୁଲ ନଥିବା ଗଛ ଏବଂ ପାର୍କ ଗୁଡ଼ିକୁ ଲତାରେ ସଜେଇବାକୁ ଯୋଜନା କରିଛି ବିଡିଏ। ବିଡିଏ ପକ୍ଷରୁ ବିଏମ୍‌ସି ସହଯୋଗରେ ରାଜଧାନୀରେ ଥିବା ସମସ୍ତ ଫ୍ଲାଏଓଭର ଏବଂ ଓଭରବ୍ରିଜ୍‌ ତଳକୁ ବିଭିନ୍ନ ଆଳଙ୍କାରିକ ଏବଂ ଦେଶୀ ଲତାରେ ସଜାଯିବ।

ଏହି ଲତା କେବଳ ସୌନ୍ଦର୍ଯ୍ୟ ପାଇଁ ସହାୟକ ହେବନି। ବରଂ ମୃତ୍ତିକା କ୍ଷରଣକୁ ରୋକିବା, ଜଙ୍ଗଲୀ ଘାସକୁ ବଢ଼ିବାକୁ ନଦେବାରେ ଏହା ବେଶ୍‌ ଉପଯୋଗୀ ହେବ। ପ୍ରଥମ ପର୍ଯ୍ୟାୟରେ ସମସ୍ତ ଫ୍ଲାଏଓଭର ତଳ ସମେତ ୧୧ଟି ପାର୍କରେ ଲତା ଲାଗିବ। ଏଥିରେ ୫ଟି ସିଟି ପାର୍କ ଏବଂ ୬ଟି କଲୋନି ପାର୍କ ଅଛି। ପରେ ଅନ୍ୟ ପାର୍କକୁ ଏହିଭଳି କରାଯିବ। ରାସ୍ତାକଡ଼ରେ ଥିବା ଗଛରେ ଲତା ବଢ଼ିବାପାଇଁ ଏବଂ ବିଶେଷକରି ଶୀତ ଋତୁରେ ବଢ଼ୁଥିବା ଲତାକୁ ଗୁରୁତ୍ୱ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏହା ସହରର ପ୍ରକୃତିକୁ ଅଧିକ ସୁନ୍ଦର ଓ ସ୍ମାର୍ଟ କରିବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe