ଭୁବନେଶ୍ବର: ବିଜେବି କଲେଜରେ ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ଗତ ୩ ଦିନରେ ୪ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ଜଣେ ଗୁରୁତର ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆର୍ଟସ୍ ବ୍ଲକ୍ର ୩ୟ ଓ ୭ମ ମହଲାର ଦୁଇଟି ସ୍ଥାନରେ ମହୁଫେଣା ଥିବା ଦେଖିବାକୁ ମିଳିଛି। ଗତକାଲି ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ୨ୟ ବର୍ଷ ଛାତ୍ରୀ ସାଇନି ସ୍ବାଇଁଙ୍କୁ ମହୁମାଛି ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇ ଅଚେତ ହୋଇଯାଇଥିଲେ। ସହପାଠୀମାନେ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିଛି ସମୟ ପରେ ସେ ସୁସ୍ଥ ହୋଇଥିଲେ। ବର୍ତ୍ତମାନ କଲେଜରେ ସେମିଷ୍ଟର୍ ପରୀକ୍ଷା ଚାଲିଥିବାରୁ ମହୁମାଛିମାନେ ପରୀକ୍ଷା କକ୍ଷରେ ପଶି ଆକ୍ରମଣ କରିବାର ଆଶଙ୍କା ରହିଛି। ତେଣୁ ଯଥାଶୀଘ୍ର ଏହାକୁ ନଷ୍ଟ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। କଲେଜ ଅଧ୍ୟକ୍ଷ ପ୍ରେଫେସର୍ ନିରଞ୍ଜନ ମିଶ୍ର କହିଛନ୍ତି ଯେ କିଛି ଅମାନିଆ ପିଲା ମହୁଫେଣାକୁ ପଥର ମାରିବାରୁ ଏ ଅଘଟଣ ଘଟିଛି। ମହୁଫେଣା ହଟାଇବାକୁ ବିଏମ୍ସି ଏମର୍ଜେନ୍ସି ବିଭାଗକୁ ଚିଠି ଲେଖାଯାଇଛି। କିନ୍ତୁ ୩ ଦିନ ବିତି ଯାଇଥିଲେ ସୁଦ୍ଧା ସେମାନେ କୌଣସି ପଦକ୍ଷେପ ନେଇନାହାନ୍ତି।
ବିଜେବି କଲେଜରେ ମହୁମାଛି ଆତଙ୍କ: ୩ ଦିନରେ ୪ଜଣ ଆହତ
Advertisment
Follow Us