ବାଲିପାଟଣାରେ ପୁଣି ଜବତ ହେଲା ଗୋ ମାଂସ

ବାଲିପାଟଣାରେ ପୁଣି ଜବତ ହେଲା ଗୋ ମାଂସ

ବାଲିପାଟଣା: ବାଲିପାଟଣା ଅଞ୍ଚଳରରୁ ପୁଣି ଗୋ ମାଂସ ଜବତ ହୋଇଛି। ଆଜି ହଂସପାଳ-ନିମାପଡ଼ା କେନାଲ ବନ୍ଧ ରାସ୍ତାର ଭାକର ସାହି ପଞ୍ଚାୟତ ନରଣପୁର ଠାରେ ଗୋ ମାଂସ ନେଇ ଯାଉଥିବା ନିଆଳି ଥାନା ଅଞ୍ଚଳର ଶେଖ ସିରାଜ (୫୫ )କୁ ବଜରଙ୍ଗ ଦଳ କର୍ମୀ ସନ୍ଦେହରେ ଅଟକାଇ ଥିଲେ। ତାଙ୍କ ଆକ୍ଟିଭା (ଓଡି୦୫ଏବି-୦୦୩୬)ରେ ପ୍ରାୟ ୨୦ କିଲୋ ଗୋ ମାଂସ ଓ ୫ ରୁ ଅଧିକ ବାଛୁରୀ ଚମଡ଼ା ଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ଥାନା ଅଧିକାରୀ ରାଧାକାନ୍ତ ସାହୁ ଏବଂ ବନମାଳୀପୁର ଫାଣ୍ଡି ଅଧିକାରୀ ହରେକୃଷ୍ଣ ପ୍ରଧାନ ସଦଳବଳେ ପହଞ୍ଚିଥିଲେ। ସାହେବ ନଗର ବସ୍ତିର ଜନୈକ ବ୍ୟକ୍ତିଙ୍କ ଠାରୁ ମାଂସ ଓ ଚମଡ଼ା କିଣି ନେଉଥିବା ସିରାଜ ପୁଲିସ ଆଗରେ ସ୍ବୀକାର କରିଥିଲା। ସେହି ମାଂସକୁ ଖାଇବା ଉଦ୍ଦେଶ୍ୟରେ ନେଉଥିବା ପୁଲିସକୁ କହିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗୋଚାଲାଣ କାରବାରରେ ଜଡିତ ମୁଖ୍ୟ ଆସାମୀଙ୍କୁ ଧରିବା ପାଇଁ ଦଳୀୟ କର୍ମୀ ଦାବି କରିଥିଲେ। ଉକ୍ତ କାରବାରରେ ଲିପ୍ତ ସିରାଜକୁ ପୁଲିସ ଥାନାରେ ଅଟକ ରଖିଛି। ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି।

ସୂଚନାଯୋଗ୍ୟ, ବାଲିପାଟଣା ଅଞ୍ଚଳରେ ଗୋ ମାଂସ କାରବାର ବୃଦ୍ଧି ପାଉଛି। ବିଭିନ୍ନ ସ୍ଥାନରେ କଂସେଇ ଖାନା ମାନ ଚାଲୁଛି। ସେଠାରେ ବାଛୁରୀମାନଙ୍କୁ ଅତି ନୃଶଂସ ଭାବେ କଟା ଯାଉଛି ଏବଂ ସେଗୁଡିକୁ ବରଫ ପେଟିରେ ପ୍ୟାକ କରି ବାହାର ରାଜ୍ୟକୁ ଚାଲାଣ ହେଉଛି। ଗତ ଜାନୁଆରୀ ମାସରେ ସାହେବ ନଗର ବସ୍ତିରୁ ବିପୁଳ ପରିମାଣରେ ଗୋ ମାଂସ ଜବତ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଫିରୋଜ ଅଲ୍ଲୀ ଖାଁ ଓରଫ ଜାପାନୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ପରବର୍ତୀ ସମୟରେ ପୁଣି ସେହି ଗ୍ରାମରେ କଂସେଇ ଖାନା ଚାଲୁଥିବା ଆଜି ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe