Advertisment

ବେଫିକର ବନ ବିଭାଗ: ଗଛ ଲଗାଇବା ମାଫିଆଙ୍କ ପାଇଁ!

Advertisment

ଭବିଷ୍ୟତରେ ଭୟଙ୍କର ଭାବେ ପ୍ରଦୂଷିତ ହେବାକୁ ଯାଉଥିବା ପରିବେଶକୁ ରକ୍ଷା କରିବା ଲାଗି ସବୁ ମହଲରେ ବୃକ୍ଷରୋପଣକୁ ଗୁରୁତ୍ବ ଦିଆଯାଉଛି। ଗତ କିଛି ବର୍ଷ ହେଲା ବୃ୍କ୍ଷରୋପଣ ଏକ ନାରା ପାଲଟିଯାଇଛି।

ଭବିଷ୍ୟତରେ ଭୟଙ୍କର ଭାବେ ପ୍ରଦୂଷିତ ହେବାକୁ ଯାଉଥିବା ପରିବେଶକୁ ରକ୍ଷା କରିବା ଲାଗି ସବୁ ମହଲରେ ବୃକ୍ଷରୋପଣକୁ ଗୁରୁତ୍ବ ଦିଆଯାଉଛି। ଗତ କିଛି ବର୍ଷ ହେଲା ବୃ୍କ୍ଷରୋପଣ ଏକ ନାରା ପାଲଟିଯାଇଛି।

fhffshsfxvb

ବାଲିଅନ୍ତା: ଭବିଷ୍ୟତରେ ଭୟଙ୍କର ଭାବେ ପ୍ରଦୂଷିତ ହେବାକୁ ଯାଉଥିବା ପରିବେଶକୁ ରକ୍ଷା କରିବା ଲାଗି ସବୁ ମହଲରେ ବୃକ୍ଷରୋପଣକୁ ଗୁରୁତ୍ବ ଦିଆଯାଉଛି। ଗତ କିଛି ବର୍ଷ ହେଲା ବୃ୍କ୍ଷରୋପଣ ଏକ ନାରା ପାଲଟିଯାଇଛି। ଏଦିଗରେ ବନ ବିଭାଗ ପକ୍ଷରୁ ପ୍ରତିବର୍ଷ କୋଟିକୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଛି। ସେହିଭଳି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନେ ବ୍ୟାପକ ବୃକ୍ଷରୋପଣ କରୁଛନ୍ତି। କିନ୍ତୁ କିଛି ବର୍ଷରେ ଗଛଗୁଡ଼ିକ ବଡ଼ ହେଉହେଉ ମାଫିଆମାନେ ଜଙ୍ଗଲ କାଟି ପଦା କରିଦେଉଛନ୍ତି। ଦିନ ଦିପରରେ ମଧ୍ୟ ମାଫିଆମାନେ ଜଙ୍ଗଲରୁ ଗଛ ଲୁଟ୍‌ କରୁଛନ୍ତି। ବନ ବିଭାଗ ସବୁ ଦେଖୁଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜୁଛି। ବାଲିଅନ୍ତା ବ୍ଲକ୍‌ ଅଞ୍ଚଳରେ ଚାଲିଥିବା ଜଙ୍ଗଲ ଲୁଟ୍‌କୁ ନେଇ ସ୍ଥାନୀୟ ଲୋକେ କହିଲେଣି, ‘ଗଛ ଲଗାଇବା କ’ଣ ମାଫିଆଙ୍କ ପାଇଁ!’ 

ବାଲିପାଟଣା ଫରେଷ୍ଟ ରେଞ୍ଜ୍‌ ଅଧୀରେ ଥିବା ପୁରୁଣା ଜଗନ୍ନାଥ ସଡ଼କରେ ସୁଦର୍ଶନ ଦାରୁପୀଠ ସଂଲଗ୍ନ ପୁରୀ କେନାଲ ବନ୍ଧ ଓ କୁଆଖାଇ ନଦୀପଠାରୁ ଗତ କିଛି ଦିନ ହେଲା ଅବାଧରେ ଗଛ କଟାହେଉଛି। ସ୍ଥାନୀୟ ଲୋକେ ବନ ବିଭାଗରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନାହିଁ। ସୂଚନାଯୋଗ୍ୟ ଯେ ବନ ନିଗମ ପକ୍ଷରୁ ୨୦୧୫/୧୬ ଆର୍ଥିକ ବର୍ଷରେ ପୁରୁଣା ଜଗନ୍ନାଥ ସଡ଼କରେ ୧୦ହଜାର ଚାରା ରୋପଣ କରାଯାଇଥିଲା। ସେହିପରି ଖୋର୍ଧା ଜିଲ୍ଲା ବନଖଣ୍ଡ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରଣପୁର ଗ୍ରାମ୍ୟ ଜଙ୍ଗଲରେ ୬୦୦୦ ଚାରା ରୋପଣ କରାଯାଇଥିଲା। ସେହି ଗଛଗୁଡ଼ିକ ବଡ଼ ହୋଇଗଲାଣି। ତେଣୁ କାଠମାଫିଆଙ୍କ ଲୋଲୁପନଜର ପଡ଼ିଛି ଏବଂ ଅବାଧରେ ଗଛ କଟା ଜାରି ରହିଛି। ୧୭ ଏକରର ରଣପୁର ଗ୍ରାମ୍ୟ ଜଙ୍ଗଲରୁ ଗଛ କଟା ହେଉଥିବା ନେଇ ନିରଞ୍ଜନ ସେନାପତି ବନ ବିଭାଗରେ ଅଭିଯୋଗ କରିଛନ୍ତି। ମାତ୍ର ବିଭାଗୀୟ ପଦକ୍ଷେପ ଶୂନ। ଏନେଇ ବାଲିପାଟଣା ବନ ଅଧିକାରୀ ରେଶମା ପରିଡ଼ାଙ୍କ ସହ ଯୋଗାଯୋଗ ସମ୍ଭବ ହେଉନାହିଁ। ସେ ଫୋନ୍‌ ଉଠାଉନାହାନ୍ତି ବୋଲି ଶ୍ରୀ ସେନାପତି କ୍ଷୋଭର ସହ କହିଛନ୍ତି। ଅପରପକ୍ଷେ ଫରେଷ୍ଟର ସୁଶାନ୍ତ ସାହୁଙ୍କ କହିବା କଥା କର୍ମଚାରୀ ଅଭାବରୁ ପାଟ୍ରୋଲିଂ କଡ଼ାକଡ଼ି ହୋଇପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe